fbpx

BCCI ବଦଳାଇଲା ଘରୋଇ କ୍ରିକେଟ ନିୟମ; ଚାଲାକି କଲେ ଆଉଟ୍ ହେବେ ବ୍ୟାଟ୍ସମ୍ୟାନ, ୨ୟ ଥର ମିଳିବନି ସୁଯୋଗ

ନୂଆଦିଲ୍ଲୀ: ଭାରତରେ ଘରୋଇ କ୍ରିକେଟକୁ ନେଇ ବଦଳିଲା ନିୟମ । ଆସନ୍ତା ଅକ୍ଟୋବର ୧୧ରୁ ଆରମ୍ଭ ହେବ ରଣଜୀ ଟ୍ରଫି । ମ୍ୟାଚ୍ ସମୟରେ କୌଣସି ବ୍ୟାଟ୍ସମ୍ୟାନ୍ ଚାଲାକି କରି ରିଟାୟର ହେଲେ ତାଙ୍କୁ ଆଉଟ୍ ବିବେଚିତ କରାଯିବ ବୋଲି BCCI ପକ୍ଷରୁ ସ୍ପଷ୍ଟ କରାଯାଇଛି ।

BCCI ଘରୋଇ ସିଜିନ୍ ପୂର୍ବରୁ କ୍ରିକେଟରେ ଅନେକ ନିୟମରେ ପରିବର୍ତ୍ତନ କରିଛି । ଏଥିରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଇନିଂସ୍ ମଝିରେ ବ୍ୟାଟ୍ସମ୍ୟାନ୍ ରିଟାୟର ହେବା । ପୂର୍ବରୁ ବ୍ୟାଟ୍ସମ୍ୟାନ ବିନା କୌଣସି କାରଣରେ କିମ୍ବା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ରିଟାୟର ହେଉଥିଲେ । ଟିମକୁ ଆବଶ୍ୟକ ହେଲେ ସେହି ବ୍ୟାଟ୍ସମ୍ୟାନ୍ ପୁଣି ଥରେ ଗ୍ରାଉଣ୍ଡକୁ ଆସୁଥିଲା । ବର୍ତ୍ତମାନ ବ୍ୟାଟ୍ସମ୍ୟାନ୍ କେବଳ ଆଘାତ ହେଲେ ‘ରିଟାୟର୍ଡ଼ ହର୍ଟ’ର ସୁବିଧା ପାଇପାରିବ ବୋଲି ବିସିସିଆଇ ସ୍ପଷ୍ଟ କହିଛି । ଏହି ନିୟମର ଉଲଙ୍ଘନ କରି ବ୍ୟାଟ୍ସମ୍ୟାନ୍ ରିଟାୟର ହେଲେ ଆଉଟ୍ ବିବେଚିତ କରାଯିବ । ଏହା ବାଦ୍ ସେ ପୁନଃ ବ୍ୟାଟିଂ ସୁଯୋଗରୁ ବଞ୍ଚିତ ହେବ । ତେବେ ଆସନ୍ତୁ ଜାଣିବା ଭାରତୀୟ ଘରୋଇ କ୍ରିକେଟରେ କ’ଣ ନୂଆ ପରିବର୍ତ୍ତନ ହୋଇଛି ।

– ଆଘାତ ବ୍ୟତୀତ ଅନ୍ୟ କାରଣ ପାଇଁ ରିଟାୟର ହେଲେ ବ୍ୟାଟ୍ସମ୍ୟାନ ଆଉଟ୍ ବିବେଚିତ ହେବେ ।

– ବଲରେ ଛେପ ଲଗାଇଲେ ବଲଟି ବଦଳାଯିବ ଏବଂ ଜରିମାନା ଆଦାୟ ହେବ ।

– ଓଭରଥ୍ରୋ ପରେ ବାଉଣ୍ଡ୍ରି ହେଲେ କେବଳ ୪ ରନ୍ ଯୋଡ଼ି ହେବ ।

– ସିକେ ନାୟୁଡୁ ପ୍ରତିଯୋଗିତାରେ ପେନାଲଟି ରନ୍ ଦ୍ୱାରା ବ୍ୟାଟିଂ ପଏଣ୍ଟ ପ୍ରଭାବିତ ହେବ ।

Get real time updates directly on you device, subscribe now.