fbpx

(Video):ଅସୁସ୍ଥ ପୋଷା କୁକୁରକୁ ଛାଡ଼ି ଆୱାର୍ଡ଼ ଫଙ୍କସନକୁ ଯାଇପାରିନଥିଲେ ରତନ ଟାଟା, ତଥାପି ପ୍ରିନ୍ସ ଚାର୍ଲ୍ସ କହିଲେ ‘ସେ ଜଣେ ଚମତ୍କାର ବ୍ୟକ୍ତି…’

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ନିଧନ ସମସ୍ତଙ୍କୁ ସ୍ତବ୍ଧ କରିଛି । ସେ ୮୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଜଣେ ସଫଳ ବ୍ୟବସାୟୀ ସହ ସେ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ମଧ୍ୟ । ଗୁରୁବାର ମୁମ୍ବାଇ ସ୍ଥିତ ଘଉଚଇ ଗ୍ରାଉଣ୍ଡରେ ରତନ ଟାଟାଙ୍କ ପାର୍ଥୀବ ଶରୀର ଅନ୍ତିମ ଦର୍ଶନ ସମୟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା । ସେହି ସମୟରେ ‘ଗୋଆ’ ନାମକ ଏକ ଷ୍ଟ୍ରିଟ୍ ଡଗ୍ ରତନ ଟାଟାଙ୍କ ଅନ୍ତିମ ଦର୍ଶନ ପାଇଁ ପହଂଚିଥିଲା । ସେ ତାଙ୍କ କଫିନ୍ ପାଖରେ ଯାଇ ଚୁପଚାପ୍ ବସିଥିଲା । ସେ ଅତ୍ୟନ୍ତ ମର୍ମାହତ ଥିଲା । ଏହି ଦୃଶ୍ୟ ସେଠାରେ ଥିବା ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା । ଉଲ୍ଲେଖ୍ୟଯୋଗ୍ୟ ରତନ ଟାଟା ନିଜେ ଏହି ଷ୍ଟ୍ରିଟ୍ ଡଗର ନାଁ ‘ଗୋଆ’ ରଖିଥିଲେ ।

Ratan Tata, the indomitable businessman with a net worth of Rs 3,800 crore  and a philanthropic legacy | GQ India

୨୦୧୮ ମସିହାରେ ରତନ ଟାଟାଙ୍କ ମହାନୀୟତାର ଏକ ଉଦାହରଣ ଦେଖିବାକୁ ମିଳିଥିଲା । ଏହା ମୁକ ପ୍ରାଣୀଙ୍କ ପାଇଁ ତାଙ୍କ ମନରେ ଦୟାର ଭାବନାକୁ ଦର୍ଶାଉଛି । ବ୍ରିଟେନର ତତ୍କାଳୀନ ପ୍ରିନ୍ସ ଚାର୍ଲ୍ସ III ବଙ୍କିଙ୍ଗହମ୍ ପ୍ୟାଲେସରେ ରତନ ଟାଟାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ରେ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ବଙ୍କିଙ୍ଗହମ୍ ପ୍ୟାଲେସରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରିନ୍ସ ଚାର୍ଲ୍ସ III ଙ୍କ ଅନୁରୋଧ ସ୍ୱୀକାର କରି ସେ ଲଣ୍ଡନ ଯିବା ପାଇଁ ସହମତି ପ୍ରକାଶ କରିଥିଲେ । କିନ୍ତୁ ସେତେବେଳେ ଏମିତି କିଛି ହେଲା ଯଦ୍ୱାରା ସେ ଏହି ଭବ୍ୟ ଆୱାର୍ଡ଼ ଫଙ୍କସନରେ ପହଂଚିପାରିନଥିଲେ । ଭାରତୀୟ ବ୍ୟାବସାୟୀ, କଲମନିଷ୍ଟ ତଥା ଅଭିନେତା ସୁହେଲ ସେଠ୍ ଏକ ସାକ୍ଷାତକାରରେ ଏନେଇ ଏହି ଘଟଣା ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଇଭେଣ୍ଟ ୨୦୧୮, ଫେବୃଆରୀ ୬ରେ ଥିଲା । ଏହା ପୂର୍ବରୁ ସେ ଲଣ୍ଡନ ପହଂଚିଥିଲେ । ବିମାନବନ୍ଦରରୁ ଓହ୍ଲାଇବା ପରେ ତାଙ୍କ ମୋବାଇଲରେ ରତନ ଟାଟାଙ୍କ ୧୧ ମିସ୍ କଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ସେ ଘାବରାଇଯାଇ ତୁରନ୍ତ ରତନ ଟାଟାଙ୍କୁ କଲ୍ ବ୍ୟାକ୍ କରିଥିଲେ । ସେତେବେଳେ ରତନ ଟାଟା କହିଥିଲେ କି ତାଙ୍କ ପୋଷା କୁକୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଯୋଗୁଁ ସେ ଏହି ଆୱାର୍ଡ଼ ଫଙ୍କସନକୁ ଯାଇପାରିବେ ନାହିଁ । ପ୍ରିନ୍ସ ଚାର୍ଲ୍ସ ଏ ବିଷୟରେ ଜାଣିବା ପରେ ରତନ ଟାଟାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ସୁହେଲଙ୍କ କହିବାନୁଯାୟୀ ପ୍ରିନ୍ସ ଚାର୍ଲ୍ସ ରତନ ଟାଟାଙ୍କ ପ୍ରଶଂସା କରି କହିଥିଲେ କି ଜଣେ ବ୍ୟକ୍ତି ଏଭଳି ହେବା ଉଚିତ । ରତନ ଟାଟା ଜଣେ ଚମତ୍କାର ବ୍ୟକ୍ତି । ତାଙ୍କର ଏହି ଅଭ୍ୟାସ ଯୋଗୁଁ ଆଜି ଟାଟା ଗ୍ରୁପ୍ ଶୀର୍ଷରେ ଅଛି ।

 

Get real time updates directly on you device, subscribe now.