fbpx

ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଦେବାଦେବୀଙ୍କୁ ବି ଛାଡୁନାହାନ୍ତି ଦୁରାଚାରୀ

ନୂଆଦିଲ୍ଲୀ: ପଡୋଶୀ ବାଙ୍ଗଲାଦେଶରେ ନୂଆ ମହମ୍ମଦ ୟୁନୁସ ସରକାର ଆସିବା ପରଠାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ କଥା ନ କହିବା ଭଲ । ଖାଲି ହିନ୍ଦୁଙ୍କ ଉପରେ ନୁହେଁ, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଦୁବୃତ୍ତ ରଚୁଛନ୍ତି ତାଣ୍ଡବ ଲୀଳା । କେଉଁଠି ମନ୍ଦିରକୁ ଭଙ୍ଗା ଯାଉଛି ତ ପୁଣି କେଉଁଠି ଦେବାଦେବୀଙ୍କ ଅଳଙ୍କାର ହେଉଛି ଚୋରି । ଏସବୁ ଉପରେ ନିୟନ୍ତ୍ରଣ ପାଇବାରେ ବିଫଳ ପ୍ରଧାନମନ୍ତ୍ରୀ ୟୁନୁସ ।

ବାଙ୍ଗଲାଦେଶର ଜେଶୋରେଶ୍ୱରୀ ମନ୍ଦିରରେ ଦେବୀ କାଳୀଙ୍କ ମୁକୁଟ ଚୋରି କରାଯାଇଛି । ଏହି ମୁକୁଟ ସହ ଭାରତର ରହିଛି ସମ୍ପର୍କ । ମୁକୁଟକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ମା କାଳୀଙ୍କୁ ଭେଟି ଦେଇଥିଲେ । ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ବାଙ୍ଗଲାଦେଶ ଗସ୍ତ କରିଥିଲେ, ସେହି ସମୟରେ ମୋଦି ରୂପାରେ ସୁନା ଛାଉଣୀ ହୋଇଥିବା ଏହି ମୁକୁଟ ଭେଟି ଦେଇଥିଲୋ ଗୁରୁବାର ଅପରାହ୍ନରେ ୨ରୁ ୨ଟା ୩୦ ଭିତରେ ଚୋରି ହୋଇଛି ।

ମୁକୁଟ ଚୋରି ପରେ ଶ୍ୟାମ ନଗର ଥାନାରେ ଏନେଇ ଅଭିଯୋଗ ହୋଇଛି । ପୋଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ କରି ଚୋର ଧରିବାକୁ ଚେଷ୍ଟା କରୁଛି । ମନ୍ଦିରର ମାତା କାଳୀ ଓ ତାଙ୍କ ମୁକୁଟ ସହ ହିନ୍ଦୁ ଧର୍ମାବଲମ୍ବୀଙ୍କ ଗଭୀର ଆବେଗ ରହିଥିଲା । ନବରାତ୍ରୀ ସମୟରେ ମୁକୁଟ ଚୋରି ଯିବା ଫଳରେ ହିନ୍ଦୁମାନେ ମର୍ମାହତ ହୋଇଛନ୍ତି । ଏହି ପୀଠ ଭରତ ଓ ବାଙ୍ଗଲାଦେଶରେ ଥିବା ଶକ୍ତି ପୀଠ ମଧ୍ୟରୁ ୫୧ ତମ ଶକ୍ତିପୀଠ ଭାବେ ପରିଚିତ ।

ମନ୍ଦିରଟି ୧୨ଦଶ ଶତାବ୍ଦୀରେ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ୧୦୦ ଦ୍ୱାର ବିଶିଷ୍ଟ ଏହି ମନ୍ଦିର ପରବର୍ତ୍ତୀ ସମୟରେ ରାଜା ପ୍ରତାପଦିତ୍ୟଙ୍କ ଦ୍ୱାରା ପୁନଃ ନିର୍ମାଣ ହୋଇଥିଲା । ବାଙ୍ଗାଲାଦେଶରେ ଏହି ମନ୍ଦିରର ବେଶ ମହତ୍ୱ ରହିଛି ।

Get real time updates directly on you device, subscribe now.