fbpx

ଏସିଆନ-ଇଣ୍ଡିଆ ସମିତି: ଚୀନର ବିସ୍ତାରବାଦକୁ ସଦସ୍ୟ ରାଷ୍ଟ୍ରଙ୍କ ନିନ୍ଦା, ମୋଦି ଦେଲେ ଚୀନକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦରେ ଅତିଷ୍ଟ ହେଲେଣି ଏସିଆର ବହୁ ରାଷ୍ଟ୍ର । ମେଳି କଲେଣି ୧୦ ଦେଶ । ଏହାର ଭରପୁର ଫାଇଦା ଉଠାଇବାର କୌଣସି ମୌକା ଛାଡିବାକୁ ନାରାଜ ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଶୀଖର ସମ୍ମିଳନୀ (ଏସିଆନ-ଇଣ୍ଡିଆ ସମିତି)ରେ ଭାରତ ଚୀନକୁ ଉଚିତ ଶିକ୍ଷା ଦେବାପରି ନଜର ଆସୁଛି । ଆଗରୁ କ୍ୱାଡ ଓ ଏବେ ଏସିଆନ ଶୀଖର ସମ୍ମିଳନୀରେ ମୋଦିଙ୍କ ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହୋଇଛି । ସମ୍ମିଳନୀରେ ସମ୍ମିଳିତ ସବୁ ରାଷ୍ଟ୍ର ଚୀନର ବିସ୍ତାରବାଦ ନୀତି ଉପରେ ବର୍ଷିଛନ୍ତି । ଲାଓସର ରାଜଦାନୀ ଭିୟନତିୟନରେ ଆୟୋଜିତ ସମ୍ମିଳନୀରେ ଦକ୍ଷିଣ ପୂର୍ବ ଏସିଆରେ ସଂଗଠନର ୧୦ ଦେଶ ସହ ଭାରତ ଭାଗ ନେଇ ଚୀନକୁ ନିନ୍ଦା କରିଛିା

ଏସିଆର ୧୦ ଦେଶଙ୍କ ଏହି ସଂଗଠନରେ ନୂଆକରି ଭାରତକୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଭାରତ ପ୍ରଧାନମନ୍ତ୍ରୀ ସାମିଲ ହୋଇଛନ୍ତି । ସମ୍ମିଳନୀରେ ଦକ୍ଷିଣ ଚୀନ ସାଗରରେ ହେଉଥିବା ବିବାଦ ପାଇଁ ଉପସ୍ଥିତ ପ୍ରତିନିଧି ଆନ୍ତର୍ଜାତିକ ଆଇନର ସମ୍ମାନ କରିବାକୁ ଚୀନ ଉପରେ ଚାପ ପକାଇଥିବା ବେଳେ ଚୀନ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ଅନ୍ୟମାନଙ୍କଠାରୁ ଅଲଗା ଥିବା ଦେଖିବାକୁ ମିଳିଛି । ସେ ତାଙ୍କ କ୍ଷେତ୍ରରେ ବାହ୍ୟ ଶକ୍ତିଙ୍କ ହସ୍ତକ୍ଷେପକୁ ଦାୟୀ କରିଛନ୍ତି ।

ତେବେ ଏହି ସମ୍ମିଳନୀ ଫିଲିପିନ୍ସ ଓ ଭିୟତନାମ ମଧ୍ୟରେ ସମୁଦ୍ରରେ ହୋଇଥିବା ହିଂସା ପରେ ଆୟୋଜିତ ହୋଇଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମଣୁଛନ୍ତି ସମସ୍ତେ । ବୈଠକରେ ଫିଲିପିନ୍ସ ରାଷ୍ଟ୍ରପତି ମାର୍କାସ ଜୁନିୟର କହିଥିଲେ କି, ଚୀନର ଗତିବିଧି ପାଇଁ ଦକ୍ଷିଣ ଚୀନ ସାଗରରେ ସ୍ଥିତି ବିବାଦୀୟ ହୋଇଯାଇଛି । ଚୀନ ଏହି ସମୁଦ୍ର କ୍ଷେତ୍ରରେ ନିଜ ପ୍ରଭୁତ୍ୱ ବିସ୍ତାର କରୁଛି । ଫଳରେ ଅନ୍ୟ ଦେଶଗୁଡିକର ବିକାଶ ପ୍ରଭାବିତ ହେଉଛିବା ମାର୍କାସ କହିଛନ୍ତି ।
ଏଥିର ଉପସ୍ଥିତ ହୋଇ ମୋଦି ଜମିକି ବର୍ଷିଛନ୍ତି ଚୀନ ଉପରେ । ଚୀନର ନାଁ ନ ନେଇ ମୋଦି କହିଛନ୍ତି କି, ଆମେ ଶାନ୍ତିପ୍ରିୟ ଦେଶ । ଆମେ ଅନ୍ୟର ରାଷ୍ଟ୍ରୀୟ ଅଖଣ୍ଡତା, ସଂପ୍ରଭୁତାକୁ ସମ୍ମାନ କରୁଛୁ ଓ ଆମ ଯୁବ ସମାଜକୁ ଉଜ୍ଜଳ ଭବିଷ୍ୟତ ଦେବା ଉପରେ ଗୁରୁତ୍ୱ ଦେଉଛୁ । ସେ ଆଗକୁ କହିଛନ୍ତି କି, ସମ୍ମିଳନୀରେ ନେତାମାନେ ମହାସାଗର ଓ ସମୁଦ୍ରଗୁଡିକରେ ସମସ୍ତ ଗତିବିଧିକୁ ଗତିଶୀଳ କରିବାକୁ ଚାହୁଁଛନ୍ତି । ଏଥିସହ ମୋଦି ଲୋକତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ବିଶ୍ୱାସ, ସଂପ୍ରଭୁତା ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ସମ୍ମିଳନୀ ଶେଷରେ ମିଳିତ ବୟାନ ଜାରି କରି କୁହାଯାଇଛି କି, ଆମକୁ କ୍ଷେତ୍ରର ଶାନ୍ତି, ସ୍ଥିରତା, ସମୁଦ୍ରୀ ସୁରକ୍ଷା ଓ ସୁରକ୍ଷାର ସ୍ୱତନ୍ତ୍ରତା, ସମୁଦ୍ରରେ ଅନ୍ୟ ବୈଧ ବ୍ୟବହାର ଜାରି ରଖିବାକୁ ଓ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏଥି ପାଇଁ ସମସ୍ତଙ୍କୁ ଦକ୍ଷିଣ ଚୀନ ସାଗରରେ ସମ୍ପୃକ୍ତ ଦେଶମାନଙ୍କ ଆଚରଣକୁ ନେଇ ପୂର୍ଣ୍ଣ ଓ ପ୍ରଭାବଶାଳୀ କାର୍ଯ୍ୟପ୍ରଣାଳୀର ସମର୍ଥନ କରୁଛୁା ଏଥିସହ ଦକ୍ଷିଣ ଚୀନ ସାଗରରେ ଏକ ପ୍ରଭାବଶାଳୀ ଓ ଠୋସ ଆଚାର ସଂହିତା ପାଇଁ ଶୀଘ୍ର ନିଷ୍କର୍ସ ଆଣିବାର ଆଶା ରଖୁଛୁ ।

Get real time updates directly on you device, subscribe now.