fbpx

ମେଦବହୁଳତାର ଶିକାର ହେବାର ଆଶଙ୍କା ସିଜରିଆନ୍‌ ଶିଶୁଙ୍କଠାରେ ଅଧିକ

ଆଜିକାଲି ଅନେକ ମହିଳା ଗର୍ଭଧାରଣ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ସିଜରିୟାନ୍ ଦ୍ୱାରା ପ୍ରସବ କରିବାକୁ ପଡୁଛି ।ସିଜରିଆନ୍‌ ଶିଶୁ ଓ ମେଦବହୁଳତା ମଧ୍ୟରେ ଗଭୀର ସମ୍ପର୍କ ଥିବା ଜଣାପଡ଼ିଛି। ସାଧାରଣ ପ୍ରକ୍ରିୟାରେ ଜନ୍ମ ହୋଇଥିବା ଶିଶୁଙ୍କ ତୁଳନାରେ ସିଜରିଆନ୍‌ ଶିଶୁ ମେଦବହୁଳତାର ଶିକାର ହେବାର ଅଧିକ ଆଶଙ୍କା ରହିଥିବା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଗବେଷକଙ୍କ କହିବାନୁସାରେ,“ ଅନେକ ଥର ଦେଖିବାକୁ ମିଳିଛି ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ଜରୀ କରିବାର ଆବଶ୍ୟକତା ଅଧିକ ରହିଥାଏ। ଏପରି ସ୍ଥିତିରେ ଜନ୍ମ ହେଉଥିବା ଶିଶୁ ଭବିଷ୍ୟତରେ ମେଦବହୁଳାତାର ଶିକାର ହେବାର ଆଶଙ୍କା ୧୫ ପ୍ରତିଶତ ଅଧିକ ରହିଥାଏ।”

ହାୱାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲଥ୍‌ର ଆସୋସିଏଟ୍‌ ପ୍ରଫେସର ଜର୍ଜ ଚାବରୋ କହିଛନ୍ତି,“ ଗବେଷଣାରୁ ସର୍ଜରୀ ଦ୍ୱରା ଜନ୍ମ ଓ ଛୋଟ ବେଳର ମୋଟାପଣ ମଧ୍ୟରେ ଗଭୀର ସମ୍ପର୍କ ଥିବା ପ୍ରମାଣ ମିଳିଛି।” ପ୍ରାୟ ୨୦ ହଜାର ବୟସ୍କକଙ୍କୁ ନେଇ ଏହି ଗବେଷଣା କରିବା ପରେ ଏହି ନିଷ୍କର୍ଷ ବହାରିଛି।

Get real time updates directly on you device, subscribe now.