fbpx

ଏନସିପିରେ ସାମିଲ ହେଲେ ବିଶିଷ୍ଟ ଫିଲ୍ମ ଅଭିନେତା ଶୟାଜୀ ଶିନ୍ଦେ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଶିଷ୍ଟ ଫିଲ୍ମ ଅଭିନେତା ଶୟାଜୀ ଶିନ୍ଦେ ରାଷ୍ଟ୍ରବାଦୀ କମ୍ୟୁନିଷ୍ଟ ପାର୍ଟି (ଏନସିପି)ରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ଉପସ୍ଥିତିରେ ଶିନ୍ଦେ ଏନସିପିରେ ଯୋଗ ଦେଇଥିଲେ । ଏହି ମିଳନ କାର୍ଯ୍ୟକ୍ରମ ଅବସରରେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ସୁନୀଲ ତଟକର ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ । ପୂର୍ବରୁ ସେ ୧୦ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ଏବେ ସେ ଏନସିପିରେ ସାମିଲ ହେବା ପରେ ତାହାକୁ ଆଗକୁ ନେବେ ବୋଲି ଶୟାଜୀ କହିଛନ୍ତି ।

ସେ ପୁଣି କହିଛନ୍ତି, ଏନସିପି ଓ ଅଜିତ ପୱାରଙ୍କ ସହ ମିଶି କାମ କରିବାକୁ ସେ ବେଶ୍ ପସନ୍ଦ କରନ୍ତି । ପାର୍ଟିର ବିଚାରଧାରାକୁ ଆଗକୁ ବଢ଼ାଇବାକୁ ତାଙ୍କୁ ଏକ ସୁଯୋଗ ମିଳିଥିବାରୁ ସେଥିପାଇଁ ସେ ଗର୍ବିତ ଅଟନ୍ତି । ମହାରାଷ୍ଟ୍ରର ହିତ ଓ କୃଷକଙ୍କ ପାଇଁ ଅଜିତ ପୱାର ସର୍ବଦା ଭଲ ପଦକ୍ଷେପ ଗ୍ରହଣ କରି ଆସିଛନ୍ତି । ସେଥିପାଇଁ ସେ ଏନସିପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଦଳରେ ସାମିଲ ହେବା ନେଇ ତାଙ୍କୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଫର ମିଳିଥିଲେ ହେଁ ସେ ଏନସିପି ଅଜିତ ପୱାରଙ୍କୁ ବାଛିଥିଲେ ବୋଲି ଶୟାଜୀ କହିଥିଲେ ।

Get real time updates directly on you device, subscribe now.