fbpx

ଭାରତକୁ ବଡ଼ ଝଟକା ଦେଲା IOC: ଭାରତୀୟ ଅଲିମ୍ପିକ୍ସ ସଂଘକୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ପକ୍ଷରୁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)କୁ ଦିଆଯାଉଥିବା ଆର୍ଥିକ ସହାୟତା ଉପରେ ରୋକ ଲାଗୁ କରାଯାଇଛି । ଖେଳାଳିମାନଙ୍କର ସ୍କଲାରଶିପକୁ ଛାଡ଼ି ବାକି ସମସ୍ତ ସହାୟତା ଉପରେ ଅଙ୍କୁଶ ଲାଗିଛି । ଭାରତୀୟ ଅଲିମ୍ପିକ୍ସ ସଂଘରେ ଚାଲିଆସିଥିବା ବିବାଦ କାରଣରୁ ଆଇଓସି ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ ସଂଘ ସହ ରହିଥିବା ବିବାଦକୁ ନିୟମ ଅନୁସାରେ ସମାଧାନ କରିବାକୁ ଆଇଓସି ନିର୍ଦ୍ଦେଶ ଦେଇଛି ।

ଖବର ମୁତାବକ, ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପି.ଟି ଉଷା ଓ କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କ ମଧ୍ୟରେ ବିବାଦ ପରେ ଆଇଓସି ଏହି ପଦକ୍ଷେପ ଗ୍ରହଣ କରିଛି । ଅଭିଯୋଗ ଘେରରେ ରହିଥିବା ଉଷାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଆଇଓଏର ବିଶେଷ ବୈଠକରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । କାର୍ଯ୍ୟଭାର ସମ୍ଭାଳିବା ପରେ ଓଷା ଭାରତୀୟ ଖେଳ ଜଗତ ବିରୋଧରେ କାମ କରୁଥିବା ନେଇ ଅଭିଯୋଗ ଆସିଛି । ତେବେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ଖବରକୁ ଉଷାଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ୨୫ ତାରିଖରେ ହେବାକୁ ଥିବା ଆଇଓଏର ବୈଠକୁ ନେଇ ଯେଉଁ ଏଜେଣ୍ଡ ସାମ୍ନାକୁ ଆସିଛି ତାହା ଫର୍ଜୀ ବୋଲି କାର୍ଯ୍ୟାଳୟ ପକ୍ଷରୁକୁହାଯାଇଛି ।

Get real time updates directly on you device, subscribe now.