fbpx

ଚେନ୍ନାଇ ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଚେନ୍ନାଇରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । “ମହୀଶୂର-ଦରଭଙ୍ଗା ଟ୍ରେନ୍ ଦୁର୍ଘଟଣା ବାଲେଶ୍ୱର ଦୁର୍ଘଟଣା ଭଳି – ଏକ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଥିବା ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା । ଅନେକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ କୌଣସି ଶିକ୍ଷା ଗ୍ରହଣ କରାଯାଇନଥିଲା । ଉତ୍ତରଦାୟିତ୍ୱ ଶୀର୍ଷ ସ୍ତରରୁ ଆରମ୍ଭ ହୋଇଥାଏ ।

ଏହି ସରକାର ଚେତିବା ପୂର୍ବରୁ ଆଉ କେତେ ପରିବାର ନଷ୍ଟ ହେବ ? ଶୁକ୍ରବାର ରାତିରେ ଚେନ୍ନାଇ ନିକଟରେ ମହୀଶୂର-ଦରଭଙ୍ଗା ଟ୍ରେନ୍ ଓ ଅଟକି ରହିଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ପରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ ଏକ ବଗିରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ମହୀଶୂର-ଦରଭଙ୍ଗା ଟ୍ରେନ୍ ର ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ଦୁର୍ଘଟଣା ଯୋଗୁଁ ଟ୍ରାକ୍ ମଧ୍ୟ ଅବରୋଧ ହୋଇ ରହିଛି । ତେବେ ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧ କାଳୀନ ଗତିରେ ଚାଲିଛି । ଯାହା ଖୁବ୍ ଶୀଘ୍ର ସରିଯିବା ନେଇ ଅନୁମାନ କରା ଯାଉଛି ।

Get real time updates directly on you device, subscribe now.