fbpx

କେଉଁ ହିରୋଠୁ ବି କମ ନୁହଁନ୍ତି ଏମଏସ ଧୋନୀ, IPL 2025 ପୂର୍ବରୁ ଦମଦାର ଷ୍ଟାଇଲରେ ଚମକିଲେ ମାହି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗର ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀ ନିଜର ନୂଆ ଲୁକରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଧୋନୀଙ୍କ ଏହି ଲୁକ ଆଇପିଏଲ ୨୦୨୪ରୁ ସଂପୂର୍ଣ୍ଣ ଭିନ୍ନ ଅଟେ। ଚେନ୍ନାଇ ସୁପର କିଙ୍ଗର ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀଙ୍କୁ ନେଇ ଏହି ପ୍ରଶ୍ନ ଉଠିଛି ଯେ, ସେ ଆଇପିଏଲ ୨୦୨୫ରେ ଖେଳିବେ ନା ନାହିଁ। ଧୋନୀ କିମ୍ବା ସିଏସକେ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବିବୃତ୍ତି ସାମ୍ନାକୁ ଆସିନାହିଁ।
ଏହାରି ମଧ୍ୟରେ ଏମଏସ ଧୋନୀଙ୍କ ନୂଆ ଲୁକ ଖୁବ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ୨୦୨୫ରୁ ପୂର୍ବରୁ ଆସିଥିବା ଧୋନୀଙ୍କ ଲୁକ ଆଶ୍ଚର୍ଯ୍ୟଜନକ ଅଟେ। ଏହି ଲୁକରେ ସେ କୌଣସି ହିରୋଠୁ ବି କମ ଲାଗୁନାହାନ୍ତି।

ମାହି ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ନିଜର ସବୁ ଲୁକକୁ ପରିବର୍ତ୍ତନ କରିଛନ୍ତି। ଗତ ସିଜନରେ ସେ ଲମ୍ବା କେଶରେ ନଜର ଆସିଥିଲେ। ଏଥର ସେ ନିଜ ହେୟାର ସର୍ଟ କରିଛନ୍ତି। ଏହି ଲୁକ ମାହିଙ୍କୁ ଖୁବ ମାନୁଛି। ସେ ହେୟାର ଅଧିକ ଛୋଟ କରନ୍ତି ନାହିଁ।

ଧୋନୀଙ୍କ ଏହି ଲୁକକୁ ଫେମସ ହେୟାର ଷ୍ଟାଇଲିସ ଆଲିମ ହକିମ ରିଭିଲ କରିଛନ୍ତି। ଅଲିମ ହକିମଙ୍କ ସୋସିଆଲ ମିଡିଆ ଜରିଆରେ ଦୋନୀଙ୍କ ଫଟୋ ସେୟାର କରାଯାଇଛି। ଧୋନୀ ଆଇପିଏଲ ୨୦୨୪ରେ ଧୂଆଁଦାର ଭାବେ ବ୍ୟାଟିଂ କରିଥିଲେ।

Get real time updates directly on you device, subscribe now.