fbpx

ଦଶହରା ଦିନ କରନ୍ତୁ ଏହି ୫ଟି କାମ, ସମାଧାନ ହୋଇଯିବ ବାସ୍ତୁ ଦୋଷ, ସାରା ବର୍ଷ ଘରେ ବଢିବ ସୁଖ-ଶାନ୍ତି

ଓଡ଼ିଶା ଭାସ୍କର: ଦଶହରା ପର୍ବ ହିନ୍ଦୁ ଧର୍ମରେ ଏକ ବିଶେଷ ମହତ୍ତ୍ୱ ରହିଛି। ଏହା ହିନ୍ଦୁ ଧର୍ମର ମହତ୍ତ୍ୱପୂର୍ଣ୍ଣ ପର୍ବରୁ ଅନ୍ୟତମ। ଏହାକୁ ବିଜୟାଦଶମୀ ମଧ୍ୟ କୁହାଯାଇଥାଏ। ଏହି ଦିନ ରାବଣ ଦହନ ସହ ଅନେକ ଧାର୍ମିକ ଅୟୋଜନ ମଧ୍ୟ ହିନ୍ଦୁ ଧର୍ମର ଲୋକଙ୍କ ଦ୍ୱାରା କରାଯାଇଥାଏ। ଏଥିସହ ଏହି ଦିନ ଅନେକ ଉପାୟ ଦ୍ୱାରା ଘରକୁ ସୁଖ ଶାନ୍ତି ଅଣାଯାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

-ଲାଜକୁଳିଲତା ଗଛକୁ ଘର ଅଗଣାରେ କିମ୍ବା ବାଲକୋନୀରେ ଲଗାଇଲେ ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘରେ ସୁଖ-ଶାନ୍ତି ଫେରିଆସିଥାଏ। ଏହାକୁ ଘରର ଦକ୍ଷିଣ ଦିଗରେ ଲଗାଇବା ସଠିକ ବୋଲି କୁହାଯାଏ।

-ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଏକ ଝାଡୁ କିଣି ଦାନ କରିବେ ତେବେ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଯିବ। ଏହି ଉପାୟ ଆପଣଙ୍କ ପାଇଁ ନୂଆ ଅବସର ଆଣି ଦେବ। କ୍ୟାରିୟରରେ ଜଡିତ ସମସ୍ୟା ଦୂର ହୋଇଯିବ।

-ଘରେ ଦଶହରା ଦିନ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଦେବା-ଦେବୀ ପ୍ରସନ୍ନ ହୁଅନ୍ତି। ସେମାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

-ଏହି ଦିନ ଲକ୍ଷ୍ମୀ ସ୍ତୁତି ପାଠ କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ। ଏଥିରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହି କାର୍ଯ୍ୟ ଆପଣଙ୍କ ଧନ ବୃଦ୍ଧି କରିଥାଏ।

Get real time updates directly on you device, subscribe now.