fbpx

ରେକର୍ଡ ଭାଙ୍ଗିଲା ଯମୁନା, ଅମ୍ଲ ଯୁକ୍ତ ବିଷାକ୍ତ ଫେଣରେ ଭରିଛି ନଈ

ନୂଆଦିଲ୍ଲୀ: ବିଷାକ୍ତ ହେଲାଣି ଦିଲ୍ଲୀ । ବର୍ଷର ଅଧିକାଂଶ ସମୟ ଦିଲ୍ଲୀର ବାୟୁମଣ୍ଡଳ ଶ୍ୱାସ ପ୍ରଶ୍ୱାସ ପାଇଁ ଉପଯୋଗୀ ହେଉନଥିବା ବେଳେ ଏବେ ଯମୁନାର ଜଳ ବିଷାକ୍ତ ହୋଇଛି । ବିଭିନ୍ନ ସମୟରେ ପୁରାଣ ବର୍ଣ୍ଣିତ ଏହି ନଦୀର ଜଳ ପ୍ରଦୂଷିତ ହେଉଥିବା ନେଇ ଖବର ଆସୁଥିବା ବେଳେ ଏବେ ଏହି ପ୍ରଦୂଷଣ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।

ଯମୁନା ଜଳକୁ ଦେଖିଲେ ମନେ ହେଉଛି ସତେକି ବାଦଲ ସବୁ ଆକାଶରୁ ଜମୁନା ଗର୍ଭରେ ଛାୟୀ ଯାଇଛି । ନଦୀର ଉପରିଭାଗ ଅମ୍ଲଯୁକ୍ତ ଫେଣରେ ଭରି ଯାଇଛି । ପୂର୍ବ ବର୍ଷ ତୁଳନାରେ ବର୍ତ୍ତମାନର ପ୍ରଦୂଷଣ ସର୍ବଧିକ ଥିବା କୁହାଯାଉଛି । ଯମୁନାକୁ ବୁଡା ଦେବାକୁ ଆସୁଥିବା ଲୋକେ ପାଣି ଭିତରକୁ ଯିବାକୁ ଭୟ କରୁଛନ୍ତି । ପରମ୍ପରା ପାଳିବାକୁ କୂଳରେ ଠିଆ ହୋଇ ହାତରେ ପାଣି ନେଇ ଦେହରେ ଛିଞ୍ଚିଦେଉଛନ୍ତି ।

ସେପ୍ଟେମ୍ବରରେ ମଧ୍ୟ ଯମୁନା ଜଳ ପ୍ରଦୂଷିତ ହୋଇଥିଲା । ସେତେବେଳେ ମଧ୍ୟ ଅମ୍ଲଯୁକ୍ତ ଫେଣ ଦେଖିବାକୁ ମିଳିଥିଲା । ସେପ୍ଟେମ୍ବରରେ ହୋଇଥିବା ପ୍ରଦୂଷଣ ୧,୯୫୯ ଗୁଣ ଅଧିକ ହୋଇଛି, ଯାହାର ଷ୍ଟାଣ୍ଡାର୍ଡ ମାନ ୨,୫୦୦ ୟୁନିଟ ରହିଥାଏ । ତେବେ ସେପ୍ଟେମ୍ବରରେ ହୋଇଥିବା ବର୍ଷା ପାଇଁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲା । ବର୍ଷା ପାଇଁ ଜଳର ଡିସଲ୍ଭଡ ଅକ୍ସିଜେନ ଓ ବାୟୋକେମିକାଲ ଅକ୍ଲିଜେନ ଡିମାଣ୍ଡ ବୃଦ୍ଧି ପାଇଁ ଅକ୍ଟୋବର ୨ରେ ହୋଇଥିବା ବର୍ଷା ସହାୟକ ହୋଇଥିଲା । କିନ୍ତୁ ପ୍ରାୟ ଗୋଟିଏ ସପ୍ତାହ ପରେ ପୁଣି ଯମୁନା ପ୍ରଦୂଷଣର ସବୁ ରେକର୍ଡ ଭାଙ୍ଗି ଦେଇଛି । ପାଣିରେ ସର୍ଫେକଣ୍ଟାଟ ଓ ଫସ୍ଫେଟ ବୃଦ୍ଧି ପାଇଁ ଏମିତି ସମସ୍ୟା ଦେଖାଦେଇଛି ।

Get real time updates directly on you device, subscribe now.