fbpx

ପୁଣି ରେଳ ଟ୍ରାକରୁ ଗ୍ୟାସ ସିଲିଣ୍ଡର ଠାବ, ଲୋକୋ ପାଇଲଟଙ୍କ ଦୃଷ୍ଟିରେ ପଡିଲା

ନୂଆଦିଲ୍ଲୀ: ଗତ କିଛିଦିନ ହେବ ରେଳ ଟ୍ରାକରେ ଗ୍ୟାସ ସିଲିଣ୍ଡର ରଖି ଟ୍ରେନକୁ ଓଲଟାଇବାର ଷଡଯନ୍ତ୍ର ଚାଲିଛି। ବର୍ତ୍ତମାନ ଉତ୍ତରାଖଣ୍ଡର ରୁଡକୀରେ ରେଳ ଟ୍ରାକ ଉପରେ ଗ୍ୟାସ ସିଲିଣ୍ଡର ଉଦ୍ଧାର ହୋଇଛି। ସୂଚନା ମୁତାବକ, ମାଲଗାଡ଼ି ଦୁର୍ଘଟଣା କରିବାର ଷଡଯନ୍ତ୍ର ଅନୁଯାୟୀ, ରେଳ ଟ୍ରାକରେ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ଯେଉଁ ଟ୍ରାକରେ ଗ୍ୟାସ ସିଲିଣ୍ଡର ଉଦ୍ଧାର ହୋଇଛି ସେହି ଟ୍ରାକରେ ଆସୁଥିବା ମାଲଗାଡିରେ ସେନାଙ୍କ ଜିନିଷ ଥିଲା। ଲୋକୋ ପାଇଲଟର ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।

ସୂଚନା ମୁତାବକ, ରୁଢକୀର ଢଡେରା ରେଳ ଷ୍ଟେସନ ପାଖରେ ରେଳ ଟ୍ରାକରେ ଏଲପିଜିର ସିଲିଣ୍ଡର ଉଦ୍ଧାର ହୋଇଛି। ମାଲଗାଡ଼ିର ଲୋକୋ ପାଇଲଟ ରେଳ ଟ୍ରାକରେ ଗ୍ୟାସ ସିଲିଣ୍ଡର ଦେଖି ଇମରଜେନ୍ସି ବ୍ରେକ ଲଗାଇଛନ୍ତି ଏବଂ ଟ୍ରେନକୁ ରୋକିଥିଲେ। ଲୋକୋ ପାଇଲଟ ତୁରନ୍ତ ଏହା ସୂଚନା ମୁରାଦାବାଦ ସ୍ଥିତ ରେଲୱେ କଣ୍ଟ୍ରୋଲ ରୁମର ଅଧିକାରୀମାନଙ୍କୁ ଦେଇଥିଲେ। ଏହି ସୂଚନା ପରେ ସଙ୍ଗେସଙ୍ଗେ ରେଲୱେ କଣ୍ଟ୍ରୋଲ ରୁମର ଅଧିକାରୀମାନଙ୍କୁ ଦିଆଯାଇଥିଲା। ଏହି ସୂଚନା ପରେ ସଙ୍ଗେ ସଙ୍ଗେ ଟ୍ରାକରୁ ସିଲିଣ୍ଡର ହଟାଯାଇଥିଲା।

Get real time updates directly on you device, subscribe now.