fbpx

(Video) ହୁତୁହୁତୁ ଜଳି ଦ୍ରୁତ ବେଗରେ ଆଗେଇ ଚାଲିଥିଲା କାର, ଭୟରେ ଲୋକେ ଯିଏ ଯୁଆଡେ ପାରିଲେ ଧାଇଁଲେ

ଜୟପୁର: ଚଳନ୍ତା ଗାଡିରେ ନିଆଁର ଦୃଶ୍ୟ ଅନେକ ଥର ଦେଖିଥିବେ, ହେଲେ ଶୁକ୍ରବାର, ୧୨ ଅକ୍ଟୋବରରେ ଜୟପୁର ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ଆଗରୁ କେବେ ବି ଦେଖିନଥିବେ । ଶୁକ୍ରବାର ଅପରାହ୍ନରେ ଏଲିଭେଟେଡ ରାସ୍ତା ଉପରେ ଏକ କାର ହୁତୁହୁତୁ ହୋଇ ଜଳିବା ସହ ଆଗକୁ ବଢୁଥିଲା । ୩୦୦ ମିଟରରୁ ଅଧିକ ରାସ୍ତା କାର ଜଳୁଥିବା ବେଳେ ଅତିକ୍ରମ କରିଥିଲା । ପରେ ଡିଭାଇଡରରେ ଧକ୍କା ଖାଇ ଅଟକି ଥିଲା ।

ଏଲିଭେଟେଡ ରୋଡରେ ଜାମ ଥିଲା । ବହୁ ଗାଡି, ମୋଟର ଅତିକ୍ରମ କରୁଥିଲେ । ହଠାତ୍ ଏକ କାରରୁ ବହୁ ଜୋରରେ ନିଆଁ ବାହାରିବା ଆରମ୍ଭ କରିଦେଇଥିଲା । ଏହା ଦେଖି ସେହି କାର ପଛରେ ଥିବା ସହୁ ଗାଡି ଚାଳକ ଯଥାସମ୍ଭବ ନିଜ ନିଜ ଗାଡି ଅଟକାଇଦେଇଥିଲେ । କାର ଆଗକୁ ଦ୍ରୁତ ବେଗରେ ଜଳିବା ଅବସ୍ଥାରେ ଗଡୁଥିଲା । ନିଆଁ ଯେତିକି ପ୍ରଖର ଥିଲା, କଳା ଧୂଆଁ ବି ସେତିକି ଜୋରରେ ବାହାରୁଥିଲା । ରାସ୍ତା କଳା ଧୂଆଁରେ ଭରିଯାଇଥିଲା ।

ସେମିତି ଜଳିବା ଅବସ୍ଥାରେ କାର ଗଡୁଥିଲା । ଲୋକଙ୍କ ଭିତରେ ଭୟର ସଂଚାର ହୋଇଗଲା । ଜୀବନ ବିକଳରେ ଆଗରେ ଚାଲୁଥିବା ଗାଡି ସବୁ ରାସ୍ତାର ଆରପାଖକୁ ଚାଲିଯାଉଥିଲେ, କିଛି ଗାଡି ଚାଳକ, ଗାଡିକୁ ରାସ୍ତା ଉପରେ ଛାଡି ମଧ୍ୟ ଦୌଡିଥିଲେ ସେଠାରୁ । କିଛି ଦୂର ସେମିତି କାର ହୁତୁ ହୁତୁ ନିଆଁକୁ ବୋହି ଆଗକୁ ଆଗକୁ ବଢିବା ପରେ ପ୍ରାୟ ୩୦୦ ମିଟର ଦୂରରେ ଡିଭାଇଡର ସହ ଧକ୍କା ହୋଇ ଅଟକି ଯାଇଥିଲା ।
ତେବେ ସୌଭାଗ୍ୟକୁ କାରରେ ନିଆଁ ଲାଗିବା ଜାଣି ଚାଳକ ନିଜ ଉପସ୍ଥିତ ବୁଦ୍ଧି ଖଟେଇ କାରରୁ ବାହାରି ଯିବାରେ ସକ୍ଷମ ହୋଇଥିବା ବେଳେ କିନ୍ତୁ କାର ସେମିତି ଆଗକୁ ଗଡିଥିଲା ।

 

Get real time updates directly on you device, subscribe now.