fbpx

ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ପୁଅ ଜିଶାନଙ୍କ ଖାସ ସୂଚନା, ନିଜ ଭଉଣୀ ଏବଂ ମାଆଙ୍କର ମଧ୍ୟ ଲେଖିଲେ ନାମ

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ମୁମ୍ବାଇର କୂପର ହସ୍ପିଟାଲରେ ବାବା ସିଦ୍ଦିକିଙ୍କ ଶବର ପୋଷ୍ଟମର୍ଟମ କରାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ଘରକୁ ଅଣାଯାଇଛି। ଏହାରି ମଧ୍ୟରେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାବବିହ୍ୱଳ ପୋଷ୍ଟ ଲେଖିଛନ୍ତି।

ବାପାଙ୍କ ହତ୍ୟା ପରେ ଜିଶାନ ସିଦ୍ଦିକି ଏକ୍ସରେ ଲେଖିଛନ୍ତି ଯେ, ବହୁତ ଦୁଃଖର ସହ ଜଣାଉଛି ଯେ, ଆମ ପ୍ରିୟ ବାବା ସିଦ୍ଦିକିଙ୍କ ସ୍ୱର୍ଗବାସ ହୋଇଛି। ଏଥିସହ ସେ ନିଜ ଭଉଣୀ ଡାକ୍ତର ଆର୍ଶିୟା ସିଦ୍ଦିକି ଏବଂ ମାଆ ଶହଜୀନ ସିଦ୍ଦିକିଙ୍କର ମଧ୍ୟ ନାମ ନେଇଛନ୍ତି। ଏଥିସହ ସେ ଏକ୍ସରେ କହିଛନ୍ତି ଯେ, ବାବା ସିଦ୍ଦିକିଙ୍କ ନମାଜ-ଏ-ଜନାଜା ରବିବାର ସଂଧ୍ୟା ୭ଟାରେ ମଗରିବର ନମାଜ ପରେ ମକ୍କା ହାଇଟସ, ୧୫ ଏ, ପିଲୀ ରୋଡ, ବନ୍ଦ୍ରା ଦେଇ ବାହାରିବ। ଆଜି ରାତି ୮ଟା ୩୦ରେ ମରୀନ ଲାଇନ୍ସ ଷ୍ଟେସନ ସାମ୍ନାରେ ବଡ଼ ଶ୍ମଶାନରେ ବିଶ୍ରାମ ଦିଆଯିବ।

ବାବା ସିଦ୍ଦିକି ତାଙ୍କ ପୁଅ ତଥା କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ ୬.୩୦ ସମୟରେ ପହଞ୍ଚିଥିଲେ। ମହାରାଷ୍ଟ୍ରରେ ଆଗକୁ ନିର୍ବାଚନ ଅଛି।ସେଥିପାଇଁ ବାବା ତାଙ୍କ ଏବଂ ଜିଶାନଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିବାକୁ ସେଠାକୁ ଯାଇଥିଲେ। ଜିଶାନଙ୍କ କାର୍ଯ୍ୟାଳୟ ବାନ୍ଦ୍ରାର ପୂର୍ବରେ ଅଛି। ଯେଉଁଠାରେ ବାବା ସିଦ୍ଦିକି ପ୍ରାୟ ୨ ରୁ ୨.୫ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିଥିଲେ। ରାତି ପ୍ରାୟ ୯ଟା ସମୟରେ ବାବା ସିଦ୍ଦିକି ବାହାରକୁ ଆସିବା ପରେ ସୁଟରମାନେ ତାଙ୍କ କାର ନିକଟରେ ଅପେକ୍ଷା କରି ରହିଥିଲେ। ବାବା କାରରେ ବସିବାକୁ ଯାଉଥିବା ବେଳେ ସୁଟରମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

Get real time updates directly on you device, subscribe now.