fbpx

ବିଛା ରାଶିରେ ପ୍ରବେଶ କରିବ ବୁଧ, ୨୯ ଅକ୍ଟୋବରରୁ ବଦଳିଯିବ ଏହି ସବୁ ରାଶିର ଭାଗ୍ୟ !

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଗଣିତ, ତର୍କ ଶକ୍ତି, ବୌଦ୍ଧିକ ଦକ୍ଷତା, ଅର୍ଥନୀତି, ବ୍ୟବସାୟ ଓ ବକ୍ତବ୍ୟର କାରକ ଭାବରେ ବିବେଚନା କରାଯାଏ। କହିରଖୁଛୁ ଯେ ବୁଧ ଗ୍ରହ ୩୧ ଅକ୍ଟୋବରରେ ବିଛା ରାଶିରେ ପ୍ରବେଶ କରିବ। ଏହି କାରଣରୁ ୩ ରାଶିର ଲୋକଙ୍କ ପାଇଁ ହଠାତ୍ ଆର୍ଥିକ ଲାଭ ଏବଂ ପ୍ରଗତିର ସମ୍ଭାବନା ଅଛି। ଆହୁରି ମଧ୍ୟ ଏହି ଲୋକମାନେ ସମ୍ପତ୍ତି ଓ ଯାନ ବାହନର ଆନନ୍ଦ ପାଇପାରିବେ। ଜାଣନ୍ତୁ ବୁଧ ଗୋଚର କେଉଁ ସବୁ ରାଶିକୁ ଲାଭବାନ କରିପାରେ।

ମକର ରାଶି: ବୁଧ ଗୋଚର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କାରଣ ବୁଧ ଗ୍ରହ ଆପଣଙ୍କ କୁଣ୍ଡଳିର ଆୟ ଏବଂ ଲାଭ ସ୍ଥିତିରେ ରହିବାକୁ ଯାଉଛନ୍ତି। ତେଣୁ ଏହି ସମୟରେ ଆପଣଙ୍କ ଆୟରେ ଅତୁଳନୀୟ ବୃଦ୍ଧି ହୋଇପାରେ। ଆୟର ନୂତନ ଉତ୍ସ ମଧ୍ୟ ସୃଷ୍ଟି ହୋଇପାରେ। ଏହି ସମୟରେ ଆପଣଙ୍କର ବିପୁଳ ଧନ ଲାଭ କରିବାର ସମ୍ଭାବନା ମଧ୍ୟ ଅଛି। ଆପଣ ନିଜ ସାଙ୍ଗମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ଏବଂ ସହାୟତା ପାଇବେ। ଏହି ସମୟ ମଧ୍ୟରେ ଆପଣଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଭଲ ହେବ। ଏଥିସହ ଆପଣ ଏହି ସମୟରେ ନିବେଶରୁ ମଧ୍ୟ ଉପକୃତ ହେବେ। ଏହି ସମୟରେ ବ୍ୟବସାୟୀମାନେ ଏକ ବଡ଼ ବ୍ୟବସାୟ କରିପାରିବେ।

ବୃଷ ରାଶି: ବୁଧ ଗ୍ରହର ରାଶି ପରିବର୍ତ୍ତନ ବୃଷ ରାଶି ଲୋକଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହୋଇପାରେ। କାରଣ ବୁଧ ଗୋଚର ଆପଣଙ୍କ କୁଣ୍ଡଳିରୁ ସପ୍ତମ ଘରକୁ ଗୋଚର କରିବାକୁ ଯାଉଛନ୍ତି। ତେଣୁ ବିବାହିତ ଲୋକଙ୍କ ବିବାହିତ ଜୀବନ ଏହି ସମୟରେ ଚମତ୍କାର ହେବ। ଆପଣ ମଧ୍ୟ ଆପଣଙ୍କ ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ। ଏହି ସମୟ ମଧ୍ୟରେ ଆପଣଙ୍କ ଜୀବନସାଥୀ ଅଗ୍ରଗତି କରିପାରନ୍ତି। ଆହୁରି ମଧ୍ୟ ଏହି ଅବଧିରେ ଆପଣ ଆର୍ଥିକ ଲାଭ ପାଇବେ। ବ୍ୟବସାୟୀମାନେ ମଧ୍ୟ ଭଲ ଲାଭ କରିପାରିବେ। ଆହୁରି ମଧ୍ୟ ଅବିବାହିତ ଲୋକମାନେ ବିବାହ ପ୍ରସ୍ତାବ ପାଇପାରନ୍ତି।

କୁମ୍ଭ ରାଶି: ବୁଧ ଗୋଚର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କାରଣ ବୁଧ ଗ୍ରହ ଆପଣ କୁଣ୍ଡଳିରୁ କ୍ୟାରିୟର ଏବଂ ବ୍ୟବସାୟ ଘରକୁ ଗୋଟର କରିବାକୁ ଯାଉଛି। ତେଣୁ ଏହି ଅବଧି ମଧ୍ୟରେ ଆପଣ କାର୍ଯ୍ୟଓବଂ ବ୍ୟବସାୟରେ ବିଶେଷ ଅଗ୍ରଗତି ପାଇପାରନ୍ତି। ଆହୁରି ମଧ୍ୟ ଏପରି ପରିସ୍ଥିତିରେ ଆପଣ ଏହି ଅବଧି ମଧ୍ୟରେ ଭଲ ପରିମାଣର ଆର୍ଥିକ ଲାଭ ପାଇବେ। ପରିବାରରେ ମଧ୍ୟ ସୁଖ ରହିବ। ବୁଧ ଗୋଚର ଚାକିରି କରିଥିୂା ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ। ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଏହି ସମୟରେ ଭଲ ଆର୍ଥିକ ଲାଭ ପାଇପାରିବେ। ଏଠାରେ ବ୍ୟବସାୟ ବିସ୍ତାର ହୋଇପାରେ। ଏହି ସମୟରେ ଚାକିରି କରିଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ପାଇପାରନ୍ତି।

Get real time updates directly on you device, subscribe now.