fbpx

ରାଜ୍ୟରୁ ଆସନ୍ତା ମଙ୍ଗଳବାରଠାରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ

ଭୁବନେଶ୍ୱର : ଓଡିଶାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି । ଚଳିତବର୍ଷ ସ୍ୱାଭାବିକ ସମୟର ଚାରିଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲା । କେରଳ ତଟ ଛୁଇଁବାର ୮ଦିନ ପରେ ମୌସୁମୀ ଓଡିଶା ପ୍ରବେଶ କରିଥିଲା । ଚଳିତବର୍ଷ ମୌସୁମୀ ୠତୁରେ ଜୁନ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ୧୧ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ।

ରାଜ୍ୟରେ ଏହି ସମୟ ମଧ୍ୟରେ ୧ହଜାର ୯୨ମିଲିମିଟର ବର୍ଷା ହୋଇଥିଲା, ଯାହା କି ସ୍ୱାଭାବିକ ବର୍ଷାଠାରୁ ୫ ପ୍ରତିଶତ କମ୍‍ ଥିଲା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିଲା । ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ୫୬ ପ୍ରତିଶତ ଏବଂ ନୂଆପଡା ଜିଲ୍ଲାରେ ୧୩ପ୍ରତିଶତ ଅଧିକା ବର୍ଷା ହୋଇଥିଲା । ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲ ।

Get real time updates directly on you device, subscribe now.