fbpx

୬୦୦ ପଦ ପୂରଣ ପାଇଁ ଅକ୍ଟୋବର ୧୪ରୁ ଆବେଦନ ଆରମ୍ଭ: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ତରଫରୁ ୬୦୦ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୪ ତାରିଖରେ ସମାପ୍ତ ହେବ । ୟୁଆର, ଇଡବ୍ଲ୍ୟୁଏସ ଓ ଓବିସି ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ । ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ଚଳିତ ବର୍ଷ ଜୁନ୍ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧଶର୍ଯ୍ୟ ହେବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଆପ୍ରେଣ୍ଟିସ୍ ପଦରେ ନିଯୁକ୍ତି ଦିଆଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଭିନ୍ନ ସଂଖ୍ୟକ ପଦ ସଂରକ୍ଷିତ ରହିଛି । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୧୩ଟି ପଦ ସଂରକ୍ଷିତ ରହିଛି । ମହାରାଷ୍ଟ୍ର ପାଇଁ ସର୍ବାଧିକ ୨୭୯ଟି ପଦ ସଂରକ୍ଷିତ ରହିଛି । ସେହିପରି ଉତ୍ତରପ୍ରଦେଶ ପାଇଁ ୩୨ଟି, ମଧ୍ୟପ୍ରଦେଶ ପାଇଁ ୪୫ଟି ପଦ ସଂରକ୍ଷିତ ରହିଛି ।

ନୋଟିଫିକେସନ ଲିଙ୍କ: https://bankofmaharashtra.in/writereaddata/documentlibrary/ccbfbfc3-69ae-40a2-a596-c347e0eccc72.pdf

Get real time updates directly on you device, subscribe now.