fbpx

(Video) ଝିଟିପିଟି ଭାବି ପାଳୁଥିଲେ କୁମ୍ଭୀର, ସେଦିନ ଦେଖିଲେ ଅସଲି ରୂପ: ଆଉ ତା’ ପରେ…

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ କାହାଣୀ ଏବଂ ଘଟଣା ଦେଖିବାକୁ ମିଳେ । ଏମିତି ଅନେକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଠିକ୍ ଏହିଭଳି ଏକ ଘଟଣା ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପିଲାବେଳରୁ ଗୋଟିଏ ଝିଟିପିଟିକୁ ପାଳୁଥିବା ବେଳେ ବଡ଼ ହେବା ପରେ ଏହା ଏକ କୁମ୍ଭୀରରେ ପରିଣତ ହୋଇଯାଇଛି । ଆଉ ଦିନେ କୁମ୍ଭୀରର ଅସଲ ରୂପ ଦେଖିଥିଲେ ଏହି ଯୁବକ । ଚାଲନ୍ତୁ ଜାଣିବା ଏହି ମାମଲାର ସମ୍ପୂର୍ଣ୍ଣ ଘଟଣା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ପାଣିରୁ ଏକ ଜୀବକୁ ପାଇଥିଲେ । ଏହାକୁ ସେ ଝିଟିପିଟି ବୋଲି ଭାବି ଘରକୁ ନେଇ ଆସିଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ, ଏହି ଜୀବକୁ ପ୍ରତି ୨ ଘଣ୍ଟାରେ ଥରେ ଖାଇବାକୁ ଦେବାକୁ ପଡ଼ିଥାଏ । ଏହି ଜୀବଟି ପ୍ରତି ତାଙ୍କର ଭଲ ପାଇବା ବଢ଼ିଯାଏ, ଦିନକୁ ଦିନ ତାଙ୍କର ଏହି ଜୀବ ପ୍ରତି ଆହୁରି ଦୁର୍ବଳତା ଆସିଯାଏ । ସେପଟେ ଧିରେ ଧିରେ ଦିନକୁ ଦିନ ଏହି ଜୀବଟିର ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥିଲା । ଲାଞ୍ଜରେ କଣ୍ଟା ଆସିବା ସହ ଚମଡ଼ା ମଧ୍ୟ ଧିରେ ଧିରେ ମଜବୁତ ହୋଇ ଯାଇଥିଲା । ଏହା ଦେଖି ବ୍ୟକ୍ତି ଜଣକ ଜାଣି ପାରିଥିଲେ ଯେ, ଏହା ଏକ ସାଧାରଣ ଝିଟିପିଟି ନୁହେଁ । ଏହା ଏକ ଭୟଙ୍କର କୁମ୍ଭୀର ବୋଲି ସେଦିନ ଜାଣି ପାରିଥିଲେ ଏହି ବ୍ୟକ୍ତି । ଝିଟିପିଟି ବୋଲି ଭାବି ଛୁଆ ବେଳରୁ ସେ ପାଳୁଥିବା ଏହି ଜୀବଟିର ଅସଲ ରୂପ ସେଦିନ ଦେଖିଥିଲେ ।

ତେବେ ଝିଟିପିଟିକୁ କୁମ୍ଭୀର ବୋଲି ଜାଣିବା ବେଳକୁ ଖୁବ ବିଳମ୍ବ ହୋଇ ଯାଇଥିଲା । ସାରା ପରିବାର ଏହି କୁମ୍ଭୀରର ପ୍ରେମରେ ପଡ଼ି ଯାଇଥିଲେ ଏବଂ ତାକୁ ପରିବାରର ଜଣେ ସଦସ୍ୟ ଭାବରେ ଗ୍ରହଣ କରି ସାରିଥିଲେ । ଏବେ କୁମ୍ଭୀର ବୋଲି ଜାଣିବା ପରେ ମଧ୍ୟ ପରିବାରର ସମସ୍ତ ସଦସ୍ୟଙ୍କ ସହ ସେ ଗୋଟି ଛାତ ତଳେ ରହୁଛି । ସେମାନଙ୍କ ସହ ଗୋଟିଏ ବିଛଣାରେ ଶୋଉଛି ଏବଂ ପରିବାର ଲୋକେ ତାକୁ ଖାଦ୍ୟ ବି ଦେଉଛନ୍ତି । ଏ ଘଟରା ଶୁଣି ସମସ୍ତଙ୍କୁ ଝଟକା ଲାଗିଛି । କୁମ୍ଭୀର ସହ ପରିବାରର ସଦସ୍ୟମାନଙ୍କ ସମ୍ପର୍କ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ତେବେ କୁମ୍ଭୀର ମଧ୍ୟ ନିଜ ପ୍ରବୃତିକୁ ପଛରେ ପକାଇ ମାଲିକ ଏବଂ ଏହି ପରିବାର ସହ ସମୟ ଅତିବାହିତ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସଦସ୍ୟଙ୍କ ଉପରେ କୁମ୍ଭୀର କେବେ ଆକ୍ରମଣ କରିନାହିଁ ।

Get real time updates directly on you device, subscribe now.