fbpx

SWAYAM ୨୦୨୪ ଜୁଲାଇ ଅଧିବେଶନ ପାଇଁ ପଞ୍ଜିକରଣ ଆରମ୍ଭ, ଜାଣନ୍ତୁ କେଉଁ ଦିନ ହେବ ପରୀକ୍ଷା ?

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA)) ଷ୍ଟଡି ୱେବ୍ସ ଅଫ୍ ଆକ୍ଟିଭ୍ ଲର୍ଣ୍ଣିଂ ଫର୍ ୟଙ୍ଗ୍ ଆସପାୟରିଂ ମାଇଣ୍ଡ୍‌ସ(SWAYAM) ୨୦୨୪ ଜୁଲାଇ ସେମିଷ୍ଟର ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି । ଅକ୍ଟୋବର ୩୧ ସୁଦ୍ଧା ଯୋଗ୍ୟ ପ୍ରାର୍ଥୀ ଅନଲାଇନ୍ ୱେବସାଇଟ୍ swayam.nta.ac.inକୁ ଯାଇ ଆବେଦନ କରିପାରିବେ । ସେହିପରି ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ NTA ୱେବସାଇଟରେ ଆବେଦନ ସମ୍ବନ୍ଧୀୟ ବିବରଣୀରେ ସଂଶୋଧନ କରିପାରିବେ ।

NTA SWAYAM ୨୦୨୪ ଜୁଲାଇ ସେମିଷ୍ଟର ପରୀକ୍ଷା ୫୨୫ କୋର୍ସରେ ଆଡମିଶନ ପାଇଁ ଏନଟିଏ ଦ୍ୱାରା ଆୟୋଜିତ କରାଯାଉଛି । ଏହି ପରୀକ୍ଷା ପାଇଁ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ପ୍ରଥମ କୋର୍ସ ପାଇଁ ୭୫୦ ଟଙ୍କା ଏବଂ ଅନ୍ୟ କୋର୍ସ ପାଇଁ ୬୦୦ ଟଙ୍କା ପୈଠ କରିବାକୁ ପଡ଼ିବ । ସେହିପରି ଓବିସି(ନନ୍ କ୍ରିମି ଲେୟାର), SC/ST/PWD ପ୍ରାର୍ଥୀଙ୍କୁ ପ୍ରଥମ କୋର୍ସ ବାବଦକୁ ୫୦୦ ଟଙ୍କା ଏବଂ ଅନ୍ୟ କୋର୍ସ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । କ୍ରେଡିଟ/ଡେବିଟ୍ କାର୍ଡ଼, ନେଟ୍ ବ୍ୟାଙ୍କି କିମ୍ବା ୟୁପିଆଇ ମାଧ୍ୟମରେ ଅନଲାଇନ୍ ଆବେଦନ ଶୁଳ୍କ ପୈଠ କରିବାକୁ ପଡ଼ିବ । ଅନଲାଇନ୍ ଶୁଳ୍କ ପୈଠ କରିବାର ଶେଷ ତାରିଖ ହେଉଛି ୩୧ ଅକ୍ଟୋବର ରାତି ୧୧ଟା ୫୦ ।

କେଉଁ ଦିନ ହେବ ପରୀକ୍ଷା ?

ଡିସେମ୍ବର ୭, ୮, ୧୪ ଏବଂ ୧୫କୁ ଦୁଇଟି ଶିଫ୍ଟରେ ପରୀକ୍ଷା ହେବ । ପରୀକ୍ଷା ଅବଧୀ ୩ ଘଣ୍ଟାର ରହିବ । ପ୍ରଥମ ଶିଫ୍ଟ ସକାଳ ୯ଟା ୩୦ରୁ ଅପରାହ୍ନ ୧୨:୩୦ ପର୍ଯ୍ୟନ୍ତ ରହିବ । ସେହିପରି ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । କେବଳ ଲାଙ୍ଗୁଏଜ୍ କୋର୍ସ ବ୍ୟତୀତ ଅନ୍ୟାନ୍ୟ ପ୍ରଶ୍ନପତ୍ର ଇଂରାଜୀରେ ରହିବ ।

NTA SWAYAM ୨୦୨୪ ଜୁଲାଇ ସେମିଷ୍ଟର ପରୀକ୍ଷା ପାଇଁ କିପରି କରିବେ ଆବେଦନ ?

୧. ପ୍ରଥମେ ଅଫିସିଆଲ ୱେବସାଇଟ୍ swayam.nta.ac.inକୁ ଯାଆନ୍ତୁ ।

୨. ହୋମପେଜ୍ ଉପରେ ରେଜିଷ୍ଟ୍ରେସନ୍ ଲିଙ୍କ SWAYAM ୨୦୨୪ ଜୁଲାଇ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରନ୍ତୁ ।

୩. ନୂତନ ରେଜିଷ୍ଟ୍ରେସନ୍ ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଏବଂ ପଞ୍ଜିକରଣ ଫର୍ମ ପୁରଣ କରନ୍ତୁ ।

୪. ଏହା ପରେ ସିଷ୍ଟମ ଦ୍ୱାରା ଜେନେରେଟେଡ୍ ରେଜିଷ୍ଟ୍ରେସନ  ID ଏବଂ ପାସୱାର୍ଡ଼ ସହ ଲଗ୍ ଇନ୍ କରନ୍ତୁ ।

୫. ଫଟୋ, ହସ୍ତାକ୍ଷର, ଆବେଦନ ଶୁଳ୍କ ଏବଂ ଅନ୍ୟାନ୍ୟ ବିବରଣୀ ଅପଲୋଡ୍ କରି ଆବେଦନ ଫର୍ମ ଜମା କରନ୍ତୁ ।

୬. ଭବିଷ୍ୟତ ପାଇଁ ଆବେଦନ ଫର୍ମର ଏକ କପି ଡାଉନଲୋଡ୍ କିମ୍ବା ପ୍ରିଣ୍ଟ ଆଉଟ୍ କରି ରଖନ୍ତୁ ।

Get real time updates directly on you device, subscribe now.