fbpx

ଓଲାକୁ ଆଉ ଏକ ବଡ଼ ଝଟକା, ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରିବ ଟଙ୍କା

ନୂଆଦିଲ୍ଲୀ: ଓଲା group ଏବଂ ଏହାର ସିଇଓ ଭବିଶ ଅଗ୍ରୱାଲଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲିଷ୍ଟିଂ ପରେ ଓଲା ଇଲେକ୍ଟ୍ରିକର ଶେୟାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । କଂପାନୀର ଖରାପ ସର୍ଭିସିଂକୁ ନେଇ ୧୦ ହଜାରରୁ ଅଧିକ ଅଭିଯୋଗ ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ପାନୀକୁ ନୋଟିସ୍ ଦିଆଯାଇଛି ଏବଂ ଯାଞ୍ଚ୍ ଜାରି ରହିଛି ।

ରବିବାର ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ ଅଥୋରିଟି(CCPA) ଓଲା କ୍ୟାବ ବିରୋଧରେ ଅଭିଯୋଗ କରିଥିବା ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ବିକଳ୍ପ ଦେବା ପାଇଁ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଅଭିଯୋଗକାରୀଙ୍କୁ ଏକ କୁପନ ପ୍ରଦାନ କରୁଥିଲା ଯାହା କେବଳ ପରବର୍ତ୍ତୀ ରାଇଡ୍ ସମୟରେ ବ୍ୟବହାର କରାଯାଇପାରିବ । କିନ୍ତୁ ବର୍ତ୍ତମାନ ଉପଭୋକ୍ତାଙ୍କୁ ରିଫଣ୍ଡ ସମୟରେ ବିକଳ୍ପ ଦେବାକୁ ପଡ଼ିବ କି ସେମାନେ ଆକାଉଣ୍ଟ ଟ୍ରାନ୍ସଫର ଚାହୁଁଛନ୍ତି କି କୁପନ୍ ସିଷ୍ଟମ । କମ୍ପାନୀ ବିରୋଧରେ ନ୍ୟାସନାଲ କନଜ୍ୟୁମର ହେଲ୍ପଲାଇନ୍ ନମ୍ବରରେ ୨୦୬୧ ଅଭିଯୋଗ ଆସିଥିବା କହିଥିଲା CCPA । ଏଣିକି ଓଲାକୁ ବୁକିଂ ବିଲ ମଧ୍ୟ ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ବୋଲି କହିଛନ୍ତି ସିିସିପିଏ ମୁଖ୍ୟ କମିଶନର ନିଧି ଖରେ । ଏହା ପୂର୍ବରୁ କୁପନ ପଲିସି ରେ ଉପଭୋକ୍ତାଙ୍କୁ ବିଲ ପ୍ରଦାନ କରାଯାଉନଥିଲା ଯାହା କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନ୍ତର୍ଗତ ଅନଫେୟାର ଟ୍ରେଡ୍ ପ୍ରାକ୍ଟିସ ଅଟେ ।

Get real time updates directly on you device, subscribe now.