fbpx

୫ ହଜାର କୋଟି ଟଙ୍କାର କୋକିନ ଜବତ: ଗୁଜରାଟରେ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଆଆସିଛି ଏକ ବଡ଼ ଖବର ।ଚ ଗୁଜରାଟରେ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ପୋଲିସ ଦ୍ୱାରା ୫୦୦ କିଲୋଗ୍ରାମର କୋକିନ ଜବତ କରାଯାଇଛି । ଏହି ଜବତ କୋକିନର ମୂଲ୍ୟ ୫ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଦିଲ୍ଲୀ ପୋଲିସ ଓ ଗୁଜରାଟ ପୋଲିସର ମିଳିତ ଅପରେସନରେ ଏହି ବଡ଼ ସଫଳତା ମିଳିଛି । ଏହି ଅପରେସନରେ ୫ ହଜାର କୋଟି ଟଙ୍କାର କୋକିନ ଜବତ କରାଯାଇଥିବା ବେଳେ ଏକ ବଡ଼ ଡ୍ରଗ୍ସ ରାକେଟକୁ ଠାବ କରାଯାଇଛି ।

ସୂଚନା ମୁତାବକ, ଗୁଜରାଟର ଅଙ୍କେଶ୍ୱରରେ ଅବକର ଡ୍ରଗ ଲିମିଟେଡ କମ୍ପାନୀ ଠାରୁ ଏହି ୫୧୮ କେଜିର କୋକିନ ଜବତ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ନିକଟରେ ଦିଲ୍ଲୀରୁ ୭୦୦ କେଜିରୁ ଅଧିକ ମୂଲ୍ୟର କୋକିନ ଜବତ କରିଥିଲା । ଜବତ ହୋଇଥିବା ଡ୍ରଗ୍ସ ଫାର୍ମା ସଲ୍ୟୁସନ ସର୍ଭିସେନ ନାମକ କମ୍ପାନୀର ଥିଲା ଓ ତାହା ଅବକାର ଦୁଗର୍ସ ଲିମିଟେଡ କମ୍ପାନୀଠାରୁ ଆସିଥିଲା ବୋଲି ଯାଞ୍ଚ ସମୟରେ ଜଣାପଡ଼ିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨୮୯ କେଜି କୋକିନ ଓ ୪୦ କେଜି ହାଇଡ୍ରୋପୋନିକ ଥାଇଲାଣ୍ଡ ମାରିଜୁଆନା ଜବତ ହୋଇଛି । ଏହାର ମୋଟ ମୂଲ୍ୟ ୧୩ ହଜାର କୋଟି ଟଙ୍କା ହେବ ।

Get real time updates directly on you device, subscribe now.