ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ଇସ୍ରାଏଲ, ଗାଜାର ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ ଆକ୍ରମଣ, ଶିଶୁଙ୍କ ସମେତ ୨୦ ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ବର୍ତ୍ତମାନ ଗାଜାର ସ୍କୁଲକୁ ଟାର୍ଗେଟ କରିଛି । ୧୪ ଅକ୍ଟୋବରରେ ଗାଜାରେ ଥିବା ଇସ୍ରାଏଲର ଏୟାର ଷ୍ଟ୍ରାଇକ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଶିଶୁ ସାମିଲ ଅଛନ୍ତି । ସ୍ଥାନୀୟ ହସ୍ପିଟାଲର କର୍ମକର୍ତ୍ତାଙ୍କ ମନ୍ତବ୍ୟ ଅନୁଯାୟୀ, ମଧ୍ୟବର୍ତ୍ତୀ ଗାଜାରେ ଏହି ସ୍କୁଲ ଏକ ଆଶ୍ରୟସ୍ଥଳ ହୋଇଥିଲା । ଏଠାରେ ଇସ୍ରାଏଲ ରକେଟ ଆକ୍ରମଣ କରିଛି ଏବଂ ୨୦ ଜଣଙ୍କ ମୃତ୍ୟୁ ଘଟିବା ଜଣାପଡିଛି । ଏହି ସ୍କୁଲ ଗାଜାରେ ଚାଲିଥିବା ଯୁଦ୍ଧ କାରଣରୁ ବିସ୍ଥାପିତ ଅନେକ ପାଲେଷ୍ଟାଇନର ଲୋକଙ୍କୁ ଆଶ୍ରୟ ଦେଇଥିଲା ।

ରବିବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଇସ୍ରାଏଲର ଗାଜା ଉପରେ ଆକ୍ରମଣରେ ୪୨,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ଆତଙ୍କବାଦୀ ଏବଂ ନାଗରିକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।

ଇସ୍ରାଏଲରେ ଡ୍ରୋନ ଆକ୍ରମଣରେ ୬୦ ଜଣ ଲୋକେ ଆହତ ହୋଇଛନ୍ତି । ଏଥିରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଲେବାନନର ଚରମପନ୍ଥୀ ଦଳ ହିଜବୁଲ୍ଲା ଆକ୍ରମଣର ଦାୟିତ୍ୱ ନେଇଛନ୍ତି । ଏହା ବ୍ୟତୀତ ବେରୁତରେ କରାଯାଇଥିବା ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଶନିବାର ଦିନ ତେଲ୍ ଅବୀବର ଏକ ଉପନଗରରେ ଏୟାର ଷ୍ଟ୍ରାଇକ ଆକ୍ରମଣ କରାଯାଇଥିଲା ।

Get real time updates directly on you device, subscribe now.