ଏୟାର ଇଣ୍ଡିଆର ବିମାନରେ ବୋମା ଆତଙ୍କ, ନ୍ୟୁୟର୍କ ଯାଉଥିଲା ଫ୍ଲାଇଟ

ନୂଆଦିଲ୍ଲୀ: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟ ସୋମବାର ଦିଣ୍ଡାଣ ଭରିବାର କିଛି ସମୟ ମଧ୍ୟରେ ଦିଲ୍ଲୀରେ ଅବତରଣ କରିବାକୁ ପଡିଥିଲା । ଫ୍ଲାଇଟର ଏଆଇ୧୧୯କୁ ବିଶେଷ ସୁରକ୍ଷା ଆଲର୍ଟ ମିଳିଥିଲା ଏବଂ ସରକାରଙ୍କ ନିୟାମକ ମସିତିର ନିର୍ଦ୍ଦେଶ ପରେ ତାକୁ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଛି । ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଗଲା । ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, ସମସ୍ତ ଯାତ୍ରୀ ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲରେ ଅଛନ୍ତି ।

ଏୟାର ଇଣ୍ଡିଆର କହିବାନୁଯାୟୀ, ବିମାନ ଦିଲ୍ଲୀ ଏୟାରପୋର୍ଟରେ ଅଛି । ଯାତ୍ରୀ ଏବଂ କ୍ରୁ ମେମ୍ବର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିକ୍ୟୁରିଟି ପ୍ରୋଟୋକଲ ଅନୁଯାୟୀ, ବିମାନକୁ ଯାଞ୍ଚ କରାଯାଉଛି । ଏପରି ଧମକ ୨୨ ଅଗଷ୍ଟରେ ମିଳିଥିଲା । ସେହି ସମୟରେ କୁହାଯାଇଥିଲା ଯେ, ଏୟାର ଇଣ୍ଡିଆ ଏକ ବିମାନରେ ବମ ଅଛି । ଏହି ଫ୍ଲାଇଟ ମୁମ୍ବାଇରୁ ତିରୂବନନ୍ତପୁରମ ଯାଉଥିଲା ।