(Breaking) ଦୀପାବଳିରେ ଫୁଟିବନି ବାଣ, ଆସିଲା କଡା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି, ବିକ୍ରି ନ ହେଲେ କାଳେ ଲୋକେ ଅନଲାଇନରେ ବାଣ ମଗେଇବେ, ସେଥିପାଇଁ ଅନଲାଇନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର ।

ଏଥିଲାଗି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ବାଣ ଯୋଗାଣକୁ ଖଣ୍ଡିତ କରିବାକୁ ପୋଲିସ ଦୁଇଟି ଗୋଦାମ ଉପରେ ଚଢାଉ କରି ୧,୩୨୩ କେଜି ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି । ଏହି ଦିଗରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.