4G, 5G ପରେ 6G ଦୌଡ଼ରେ ଭାରତ, ଦିଲ୍ଲୀରେ ଆୟୋଜିତ ହେବ WTSA, ଅଂଶଗ୍ରହଣ କରିବେ ୧୯୦ଟି ଦେଶର ପ୍ରତିନିଧି

ନୂଆଦିଲ୍ଲୀ: ଆଜିକାଲି ହାଇସ୍ପିଡ୍ ଇଣ୍ଟରନେଟର ଯୁଗ । ବର୍ତ୍ତମାନ ଦେଶରେ 4G ଏବଂ 5G ଇଣ୍ଟରନେଟ୍ ସେବା ଉପଲବ୍ଧ । ଏଥିମଧ୍ୟରେ 6G ଇଣ୍ଟରନେଟ୍ କନେକ୍ଟିଭିଟି ଦୌଡ଼ରେ ଭାରତ ସାମିଲ ଥିବା ନେଇ ଚର୍ଚ୍ଚା ହେଉଛି । ଭାରତ ଆସନ୍ତା ଅକ୍ଟୋବର ୧୫ରୁ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ୱାର୍ଲ୍ଡ ଟେଲିକମୁ୍ୟନିକେସନ ଷ୍ଟାଣ୍ଡାର୍ଡ଼ାଇଜେସନ୍ ଆସେମ୍ବଲି(WTSA) ଆୟୋଜନ କରିବ । ଏଥିରେ ୧୯୦ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ । ଦେଶରେ 6G ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବଡ଼ ଡାଟା ଭଳି ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଉପରେ ଚର୍ଚ୍ଚା କରିବା ପାଇଁ ସମ୍ମିଳନୀରେ ସାମିଲ ସମସ୍ତ ଅତିଥିଙ୍କୁ ମଞ୍ଚ ପ୍ରଦାନ କରିବ ।

ବିଜନେସ ଷ୍ଟାଣ୍ଡାର୍ଡ଼ ରିପୋର୍ଟ ଅନୁଯାୟୀ ଭାରତ ଗ୍ଲୋବାଲ ପେଟେଣ୍ଟ ଫାଇଲିଂରେ ଶୀର୍ଷ ୬ ଦେଶ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି । ଗ୍ଲୋବାଲ ସ୍ତରରେ ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଥିବା ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଉଛି । ଇଣ୍ଟରନ୍ୟାସନାଲ ଟେଲିକମୁ୍ୟନିକେସନ୍ ୟୁନିୟନ(ITU) ଦ୍ୱାରା WTSA ଆୟୋଜନ କରାଯାଉଛି । 6G ହେଉଛି ପରବର୍ତ୍ତୀ ପିଢ଼ିର ମୋବାଇଲ ନେଟୱାର୍କ ଟେକ୍ନୋଲୋଜି । ଏହା 5Gରୁ ଅନେକ ଗୁଣା ଦୃତ ଏବଂ ବିଶ୍ୱସନୀୟ ହେବ । WTSA ଭାରତକୁ ଅନ୍ୟ ଦେଶ ସହ ସହଯୋଗ କରିବା ଏବଂ ବିଶ୍ୱସ୍ତରରେ ବୈଷୟିକ ମାନକ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବ ।

Get real time updates directly on you device, subscribe now.