ଘର ଆଗରେ ରଙ୍ଗ ବେରଙ୍ଗର ପାଣି ଟାଙ୍ଗିବା ପଛର କି ରହସ୍ୟ ରହିଛି?

ଓଡିଶା ଭାସ୍କର: ଅନେକ ଘର ଗେଟ ହେଉ ବା କାନ୍ଥ କଡରେ ଆମେ ବୋତଲରେ ବିଭିନ୍ନ ରଙ୍ଗର ପାଣି ଟଙ୍ଗା ହେବା ଦେଖିଥାଉ । ହେଲେ ଏମିତି କରିବା ପଛରେ କଣ ଲଜିକ ରହିଛି କେବେ ଭାବି ଦେଖିଛନ୍ତି । ଲୋକଙ୍କ କହିବା କଥା କୁକୁର ଘର ସମ୍ମୁଖରେ ବୁଲିବା ସହ ଘର ଆଗରେ ଝାଡା କରିଥାନ୍ତି । ଫଳରେ ଗନ୍ଧରେ ପସିହୁଏ ନାହିଁ । ତେଣୁ ଲୋକେ କୁକୁର ଘଉଡାଇବା ପାଇଁ ଘର ଗେଟରେ ହେଉ ବା ପାଚେରିରେ ପ୍ଲାଷ୍ଟିକ ବୋତଲରେ ନାଲି ବା ନୀଳ ରଙ୍ଗର ପାଣି ଟାଙ୍ଗିଥାନ୍ତି । ଏମିତି କଲେ କୁକୁର ପାଖ ମାଡନ୍ତି ନାହିଁ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

ତେବେ କୁକୁର ବୋତଲ ଦେଖି ଡରିବାକୁ ନେଇ କୁହାଯାଏ କି, ସାଧାରଣତଃ ବୋତଲରେ କିରୋସିନ ବା ପେେଟ୍ରୋଲ ଥିବା ଭୟ କରିଥାନ୍ତି । ତେଣୁ ବୋତଲରେ ପାଣି ପସି ଥିଲେ, ସେମାନଙ୍କ ଭିତରେ ଭୟ ସୃଷ୍ଟି ହୁଏ କି ଜାଳେଣି ତେଲ ସେମାନଙ୍କ ଉପରକୁ ପକାଇ କେହି ଜାଳି ଦେବ । କିନ୍ତୁ ଏହାକୁ ସାଇନ୍ସ ମାନେନାହିଁ । ତେବେ ସାଇନ୍ସ ମୁତାବକ, କୁକୁର କଲର ବ୍ଲାଇଣ୍ଡ ହୋଇଥାନ୍ତି । କିନ୍ତୁ ସେମାନେ ନୀଳ ରଙ୍ଗକୁ ସାମାନ୍ୟ ଦେଖିବାରେ ସକ୍ଷମ ହୋଇଥାନ୍ତି । ତେଣୁ କୁକୁର କେମିତି ଜାଣିବ କେଉଁ ରଙ୍ଗର ପାଣି ରହିଛି ।

ଏହାର ରହସ୍ୟ ଉନ୍ମୋଚନ ପାଇଁ ଅଧିକରୁ ଅଧିକ ପରୀକ୍ଷାର ଆବଶ୍ୟକତା ରହିଛି । ଆଗାମୀ ସମୟରେ ବୈଜ୍ଞାନିକ ଏହି ରହସ୍ୟ ଉପରୁ ପରଦା ଉଠାଇବାରେ ସକ୍ଷମ ହେବେ ବୋଲି ଆଶା ।

Get real time updates directly on you device, subscribe now.