କେନାଲରେ ଭାସିଗଲେ ୨ ନାବାଳକ, ଜଣଙ୍କ ମୃତ ଦେହ ଉଦ୍ଧାର

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲରେ ଭଷାଣି ଦିନ ଅଘଟଣ । କେନାଲ ପାଚେରୀରୁ ଖସିଯାଇ ଭାସିଯାଇଥିଲେ ଦୁଇ ନାବାଳକ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ନିଖୋଜ ନାବାଳକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ନାବାଳକର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.