ଖାଇବା ସମୟ ନିର୍ଣ୍ଣୟ କରିପାରିବ ଯେ, କ୍ୟାନ୍ସର ହେବାର ଆଶଙ୍କା ଅଛି କି ନାହିଁ !

ସୁସ୍ଥ ରହିବା ପାଇଁ ସମସ୍ତେ ଚାହିଁଥାନ୍ତି । ଯଦି ସୁସ୍ଥ ଖାଦ୍ୟକୁ ସଠିକ ସମୟରେ ଖିଆ ନଯାଏ ,ତେବେ ଏହାର କୌଣସି ସ୍ୱାସ୍ଥ୍ୟ ଉପକାରିତା ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ସଠିକ ସମୟରେ ଖାଦ୍ୟ ଖାଇବା ଜରୁରୀ ଅଟେ । ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ହେଲ୍ଥ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଇବା ସମୟ ନିର୍ଣ୍ଣୟ କରିପାରିବ ଯେ କ୍ୟାନ୍ସର ହେବାର ଆଶଙ୍କା ରହିଛି କି ନାହିଁ ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯଦି ରାତି ୯ ଟା ପରେ ରାତ୍ରୀ ଭୋଜନ କରିବା ଏବଂ ଶୋଇବା ମଧ୍ୟରେ ଦୁଇ ଘଣ୍ଟାର ବ୍ୟବଧାନ ନଥାଏ, ତେବେ ଏହିପରି ଲୋକଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ୨୫ ପ୍ରତିଶତ ଅଧିକ । ଶୋଇବା ଏବଂ ଉଠିବା ସମୟ ଶରୀରର ବାୟୋଲୋଜିକାଲ ୱାର୍କ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ । ଏହାକୁ ସର୍କାଡିୟନ ରିମ୍ କୁହାଯାଏ । ତେବେ ରାତି ୯ଟା ପରେ ଏହି ରିମ୍ କାମ କରିନଥାଏ ।

ଅର୍ଥାତ ରାତି ୯ ଟା ପରେ ଖାଇବା ଦ୍ୱାରା ଶୋଇବା ସମୟ ମଧ୍ୟରେ ମାତ୍ର କିଛି ଘଣ୍ଚାର ପାର୍ଥକ୍ୟ ରହିଥାଏ । ଯାହାକି କ୍ୟାନ୍ସର ଆଶଙ୍କା ବଢାଇଥାଏ । ଏହି ଅନୁସନ୍ଧାନରେ ୬୦୦ ରୁ ଅଧିକ କର୍କଟ ରୋଗରେ ପୀଡିତ ପୁରୁଷ ଏବଂ ୧୨୦୦ ରୁ ଅଧିକ କର୍କଟ ରୋଗରେ ପୀଡିତ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ସେମାନଙ୍କର ଖାଇବା ଏବଂ ଶୋଇବା ମଧ୍ୟରେ ମାତ୍ର କମ୍ ସମୟର ବ୍ୟବଧାନ ରହିଥିଲା । ଖାଇବାର ୨ ଘଣ୍ଟା ପରେ ସେମାନେ ଶୋଇବାକୁ ଯାଇଥିଲେ । ତେବେ ଏହିପରି ଲୋକଙ୍କଠାରେ ସ୍ତନ ଏବଂ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ଅଧିକ ରହିଥିଲା ।

Get real time updates directly on you device, subscribe now.