IPCର ୩୭୭କୁ ନେଇ ଦାୟର ଯାଚିକା ସୁପ୍ରିମ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ଅପ୍ରକୃତିକ ଯୌନ ସମ୍ବନ୍ଧ ସ୍ଥାପନକୁ ନେଇ ଦାୟର ଯାଚିକା ସୁପ୍ରିମ କୋର୍ଟରେ ଖାରଜ । ଏଥିରେ ହସ୍ତକ୍ଷେପ କରିବାକୁ ନିଜ ଅକ୍ଷମତା ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମ କୋର୍ଟ ନୂଆ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଆଇନରେ ଆଇପିସିର ଧାରା ୩୭୭ର ଦଣ୍ଡନୀୟ ବ୍ୟବସ୍ଥାକୁ ବାହାର କରିବା ବିରୋଧରେ ହୋଇଥିବା ଯାଚିକାକୁ ଖାରଜ କରିଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି କି, ଆଇନ ପ୍ରଣୟନ ସଂସଦର କାମ ।
ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିବାଲ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠରେ ସୋମବାର ମାମଲା ଉପସ୍ଥାପନ କରାଯାଇଥିଲା । ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ କି, ଆଇନ ପ୍ରଣୟନ ସଂସଦର ଅଧିକାର ଅଧୀନରେ ଆସୁଛି । ତେଣୁ ଏହା ଉପରେ କୋର୍ଟ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ କହି ନିଜ ଅକ୍ଷମତା ଦର୍ଶାଇଛନ୍ତି ।

ଆଇପିସିର ଧାରା ୩୭୭ ଅନ୍ତର୍ଗତ, ଦୁଇ ସାବାଳକଙ୍କ ମଧ୍ୟରେ ବିନା ସହମତିରେ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ, ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ଓ ପଶୁଙ୍କ ସହ ସମ୍ବନ୍ଧକୁ ଦଣ୍ଡନୀୟ ଅପରାଧ ପରିଗଣିତ କରାଯାଇଥିଲା । କିନ୍ତୁ ୨୦୧୮ ସେପ୍ଟେମ୍ବର ୬ରେ ସୁପ୍ରିମ କୋର୍ଟ ଦୁଇ ସାବାଳକଙ୍କ ମଧ୍ୟରେ ସହମତିରେ ସମଲିଙ୍ଗି ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ ।

ସୁପ୍ରିମ କୋର୍ଟ ପୂଜା ଶର୍ମାଙ୍କ ଯାଚିକା ଉପରେ ଶୁଣାଣି କରିଥିଲେ ସୁପ୍ରିମ କୋର୍ଟ । ଏଥିରେ ବିଏନଏସର ଅଧିନିୟମରୁ ସୃଷ୍ଟ ଆବଶ୍ୟକୀୟ ଆଇନଗତ ଦୁର୍ବଳତା ଦୁର କରିବାକୁ ଅପିଲ କରାଯାଇଥିଲା । ଯାଚିକାରେ କୁହାଯାଇଥିଲା କି, ଅସହମତିରେ ଅପ୍ରାକୃତିକ ସମ୍ବନ୍ଧର ପୀଡିତାଙ୍କ ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୨୦୨୪ରେ ଦିଲ୍ଲୀ ହାଇକୋର୍ଟ ବିଏନଏସରେ ଅପ୍ରକୃତିକ ଯୌନ ସମ୍ବନ୍ଧ ପାଇଁ ଅପରାଧିଙ୍କ ପାଇଁ ଦଣ୍ଡାତ୍ମକ ବ୍ୟବସ୍ଥା ବାହାର କରିବା ଉପରେ କେନ୍ଦ୍ରର ମତ ଲୋଡିଥିଲେ ।

ହାଇକୋର୍ଟ କହିଥିଲେ କି, ଅସହମତିର ଅପ୍ରାକୃତିକ ସମ୍ବନ୍ଧ ମାମଲାକୁ ଧ୍ୟାନ ଦେବା ଆବଶ୍ୟକ । ଏଠାରେ ଉଲ୍ଲେଖ ଯୋଗ୍ୟ କିତ ୨୦୨୪ ଜୁଲାଇ ୧ରୁ ଆଇପିସି ବଦଳରେ ବିଏନଏସ ଲାଗୁ ହୋଇଥିଲା ।

Get real time updates directly on you device, subscribe now.