Jio ୟୁଜର୍ସଙ୍କ ପାଇଁ ଖୁସି ଖବର, ୫୦ ଟଙ୍କାର କ୍ୟାଶବ୍ୟାକ୍ ସହ ଫୁଡ୍ ଡେଲିଭେରି ଉପରେ ମିଳିବ ରିଆତି

ନୂଆଦିଲ୍ଲୀ: ଅନେକ ସମୟରେ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ବିଭିନ୍ନ ଅଫର ଉପଲବ୍ଧ କରାଇଥାଏ । ଏଥିମଧ୍ୟରେ ରିଲାଏନ୍ସ ଜିଓ ତରଫରୁ ପ୍ରିପେଡ୍ ସବସ୍କ୍ରାଇବର୍ସଙ୍କୁ ଅନେକ ରିଚାର୍ଜ ପ୍ଲାନ୍ ପାଇଁ ବିକଳ୍ପ ଦିଆଯାଉଛି । ଏହା ସହ କମ୍ପାନୀ ୮୪ ଦିନର ଭାଲିଡିଟି ପ୍ଲାନ୍ ମଧ୍ୟ ପୋର୍ଟଫୋଲିଓରେ ଅନ୍ତର୍ଭୂକ୍ତ କରିଛି ।

ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଲମ୍ବା ଭାଲିଡିଟି, ଅନଲିମିଟେଡ୍ ଭଏସ କଲିଂ ଏବଂ ଅନଲିମିଟେଡ୍ 5G ଡାଟାର ଉତ୍ତମ ରିଚାର୍ଜ ପ୍ଲାନ୍ ନେଇ ଆସିଛି । ଏହା ଅନ୍ତର୍ଗତ ଗ୍ରାହକଙ୍କୁ ୫୦ ଟଙ୍କାର କ୍ୟାଶବ୍ୟାକ୍ ସହ ଫୁଡ୍ ଡେଲିଭେରି ଉପରେ ରିଆତି ମଧ୍ୟ ପ୍ରଦାନ କରୁଛି । ୧୦୨୮ ଟଙ୍କାର ରିଚାର୍ଜରେ ଜିଓ ଗ୍ରାହକଙ୍କୁ ୮୪ ଦିନର ଭାଲିଡିଟି, 2GB ଡେଲି ଡାଟା, ୧୦୦ ଏସଏମଏସ୍ ସହ ୫୦ ଟଙ୍କାର କ୍ୟାଶବ୍ୟାକ୍ ଫାଇଦା ମିଳୁଛି । ଏହା ବ୍ୟତୀତ ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂର ଫାଇଦା ସହ ଅନଲିମିଟେଡ୍ 5G ଡାଟା ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଏହି ରିଚାର୍ଜ ପ୍ଲାନ୍ ଅନ୍ତର୍ଗତ ଜିଓ ୟୁଜରଙ୍କୁ ୩ ମାସ ପାଇଁ Swiggy One Lite ସବ୍ସକ୍ରିପସନ୍ ଅଫର କରାଯାଉଛି । ଏହା ସହ ପ୍ରାୟ ୬୦୦ ଟଙ୍କାର ସୁବିଧା ମିଳିବ । ୧୪୯ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୧୦ଟି ଅର୍ଡ଼ରରେ ଫ୍ରି ହୋମ୍ ଡେଲିଭରି ସୁବିଧା ରହିଛି । ସେହିପରି ୧୯୯ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଇନଷ୍ଟାମାର୍ଟ ଅର୍ଡ଼ର ଉପରେ ୧୦ଟି ଅର୍ଡ଼ର ପାଇଁ ଫ୍ରି ହୋମ୍ ଡେଲିଭରି ରହିଛି । ଏହା ବ୍ୟତୀତ ଫୁଡ୍ କିମ୍ବା ଇନଷ୍ଟାମର୍ଟ ଅର୍ଡ଼ର ଉପରେ କୌଣସି ସର୍ଜ ଶୁଳ୍କ ଲାଗୁ ହେବନାହିଁ । କହିରଖୁଛୁ ଜିଓ ଗ୍ରାହକଙ୍କୁ ମିଳୁଥିବା ୫୦ ଟଙ୍କାର କ୍ୟାଶବ୍ୟାକ୍ ଆଗାମୀ ୧,୦୨୮ ରିଚାର୍ଜ ପ୍ଲାନ୍ ଉପରେ ରିଡୀମ୍ କରାଯାଇପାରିବ ।

Get real time updates directly on you device, subscribe now.