କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ନିୟମ: ଏହି ଦିନଠାରୁ ୨ଟି ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ବ୍ରତ ବା ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ। ଏନେଇ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି ହୋଇଛି। ୧୮ ତାରିଖଠାରୁ କେବଳ ୨ଟି ଦ୍ୱାର ଦେଇ ଶ୍ରୀମନ୍ଦିରରେ ଭକ୍ତମାନେ ପ୍ରବେଶ କରିବେ। ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଏହା ବ୍ୟତୀତ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। ସିଂହଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି। ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ/ ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ପ୍ରଶାସନ ପକ୍ଷରୁ ନିଆଯାଇଛି।

Get real time updates directly on you device, subscribe now.