ମଣିଷ କେଉଁଥିରେ ସନ୍ତୁଷ୍ଟ ରହିବା ଉଚିତ୍? ଅସନ୍ତୋଷ ହେଲେ ହୋଇଯିବ ଘୋର ଅନର୍ଥ! କ’ଣ କହୁଛି ଚାଣକ୍ୟ ନୀତି?

ଓଡ଼ିଶା ଭାସ୍କର: ଜୀବନରେ ଅନେକ ସମସ୍ୟାର କାରଣ ହେଉଛି ଅସନ୍ତୋଷ। ଚାଣକ୍ୟ ନୀତି ଅନୁସାରେ ଆମକୁ ଯେଉଁ ସବୁ ବସ୍ତୁ ଏବଂ ସୁଖ ସୁବିଧା ମିଳୁଛି ଆମକୁ ସେତିକିରେ ସନ୍ତୁଷ୍ଟ ହେବାକଥା। ଜୀବନରେ ଅସନ୍ତୁଷ୍ଟ ରହିଲେ ଦୁଃଖ ଏବଂ ଅନେକ ସମସ୍ୟା ଜନ୍ମ ନେଇଥାଏ। ଚାଣକ୍ୟ ଏମିତି ୩ଟି ଏମିତି ଜିନିଷ ସମ୍ପର୍କରେ କହିଛନ୍ତି, ଯେଉଁଥିରେ ମଣିଷ ସନ୍ତୁଷ୍ଟ ରହିବା ଉଚିତ | ଚାଣକ୍ୟ ନୀତିର ତ୍ରୟୋଦଶ ଅଧ୍ୟାୟର ୧୯ ତମ ଶ୍ଳୋକରେ ଚାଣକ୍ୟ ଏହି ବିଷୟରେ କହିଛନ୍ତି।

ଆମକୁ ୩ଟି ଜିନିଷରେ ସନ୍ତୁଷ୍ଟ ରହିବା ଉଚିତ। ଏହି ୩ଟି କଥା ହେଲା ନିଜ ସ୍ତ୍ରୀର ରୂପ ଓ ଗୁଣ, ଭୋଜନ ଏବଂ ଧନ।

ପ୍ରଥମତଃ, ଚାଣକ୍ୟ କହିଛନ୍ତି ଯେ, ସ୍ତ୍ରୀ ଯଦି ସୁନ୍ଦରୀ ନ ହୋଇଥିବ ତାହେଲେ ସ୍ୱାମୀକୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ। ବିବାହ ପରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହେବା ଅନୁଚିତ। କାରଣ ପର ସ୍ତ୍ରୀ ପ୍ରତି ଆସକ୍ତ ହେଲେ ଅନେକ ସମସ୍ୟା ଓ ଦୁଃଖ ଦେଖା ଦେଇଥାଏ। ସେହି ଦୁଃଖରୁ ନିଜକୁ ରକ୍ଷା କରିବା ପାଇଁ ଏହି ସବୁ କଥା ଉପରେ ଧ୍ୟାନ ଦେବା ଉଚିତ।

ଦ୍ୱିତୀୟତଃ, ଭୋଜନ ଯେମିତି ବି ମିଳୁଛି ତାକୁ ଗ୍ରହଣ କରିବା ଉଚିତ। ମଣିଷ ପାଖରେ ଯେତିକି ଧନ ଅଛି ଯେତିକି ଆୟ ଅଛି ସେତିକିରେ ତାକୁ ସନ୍ତୁଷ୍ଟ ହେବ ଉଚିତ। ସବୁବେଳେ ଆୟ ଦେଖି ବ୍ୟୟ କରିବା ଉଚିତ। ଆୟଠୁ ଅଧିକ ଖର୍ଚ୍ଚ କଲେ ଅନେକ ସମସ୍ୟା ଉପୁଜିଥାଏ।

ଚାଣକ୍ୟଙ୍କ ନୀତି ଅନୁସାରେ ଅଧ୍ୟୟନ, ଦାନ ଓ ଜପ କରିବା କ୍ଷେତ୍ରରେ ମନୁଷ୍ୟ ସନ୍ତୁଷ୍ଟ ହେବା କଥା ନୁହେଁ। କାରଣ ଏହି ୩ଟି କାମ ଆପଣ ଯେତେ ଅଧିକ କରିବେ ଆପଣଙ୍କୁ ସେତିକି ଅଧିକ ପୁଣ୍ୟ ମିଳିବ।

Get real time updates directly on you device, subscribe now.