ମନ୍ଦିର ଭିତରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗେିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ୟାଙ୍କର ଧକ୍କାରେ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଡ୍ରାଇଭରକୁ ଉଦ୍ଧାର କରିବା ପରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ବଲାଙ୍ଗେିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଏକ ଶନି ମନ୍ଦିର ଟ୍ରାକର ଧକ୍କାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟ୍ରାକରଟି ଦୃତ ଗତିରେ ଆସୁଥିବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । ତେବେ ଏହି ଦୁର୍ଘଟଣାରେ ପୂଜକ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ ଡ୍ରାଇଭରକୁ ପୋଲିସ ଥାନାକୁ ଆଣିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.