ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

ନୂଆଦିଲ୍ଲୀ: ବାଂଲାଦେଶର ଏକ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଜୁଲାଇ-ଅଗଷ୍ଟ ମାସରେ ଦେଶରେ ଘଟିଥିବା ଅପରାଧରେ ଶେଖ୍ ହସିନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ପକ୍ଷରୁ ଶେଖ ହସିନା ଓ ଓବାଇଦୁଲ କାଦରଙ୍କ ସମେତ ୪୬ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ନଭେମ୍ବର ୧୮ ପୂର୍ବରୁ ତାଙ୍କୁ ଟ୍ରିବ୍ୟୁନାଲରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇସିଟି ଗୋଟିଏ ମାମଲାରେ ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିବା ବେଳେ ଦ୍ୱିତୀୟ ପିଟିସନରେ ଆୱାମୀ ଲିଗ୍ ସାଧାରଣ ସମ୍ପାଦକ ଓବାଇଦୁଲ କାଦରଙ୍କ ସମେତ ୪୫ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଲେଖକ ତଥା ଶିକ୍ଷାବିତ୍ ପ୍ରଫେସର ଜାଫର ଇକବାଲ ଏବଂ ପୂର୍ବତନ ବିଚାରପତି ଶାମସୁଦ୍ଦିନ ଚୌଧୁରୀ ମାଣିକ ଅଛନ୍ତି। ଗୁରୁବାର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ମହମ୍ମଦ। ଗୁଲାମ ମୁର୍ତଜାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପରେ ଟ୍ରିବ୍ୟୁନାଲର ମୁଖ୍ୟ ସରକାରୀ ଓକିଲ ତାଜୁଲ ଇସଲାମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଇଣ୍ଟରନ୍ୟାସନାଲ କ୍ରିମିନାଲ ଟ୍ରିବ୍ୟୁନାଲ ହେଉଛି ସେହି ଟ୍ରିବ୍ୟୁନାଲ ଯିଏ କି ୧୯୭୧ ମୁକ୍ତି ସଂଗ୍ରାମ ସମୟରେ ମାନବିକ ଅପରାଧର ବିଚାର କରିଥିଲେ । ଅଗଷ୍ଟ ୫ ରେ ଶେଖ୍ ହସିନା ଛାତ୍ର ଆନ୍ଦୋଳନ ଏବଂ ପ୍ରତିବାଦ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେ ଦେଶ ଛାଡି ଭାରତ ଛାଡିଥିଲେ । ସେବେଠାରୁ ସେ ଭାରତରେ ରହୁଛନ୍ତି।

Get real time updates directly on you device, subscribe now.