ଜଣେ ହବିଷ୍ୟାଳି ଅଚେତ, ପୁରୀ ମେଡିକାଲରେ ଭର୍ତ୍ତି

ପୁରୀ: ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଶ୍ରୀକ୍ଷେତରେ ହଜାର ହଜାର ହବିଷ୍ୟାଳିଙ୍କ ସମାଗମ ଦେଖିବାକୁ ମିଳିଛି । ଏଥିମଧ୍ୟରେ ବୃନ୍ଦାବତି ନିବାସ ସାମ୍ନାରେ ଜଣେ ହବିଷ୍ୟାଳି ଅଚେତ ହୋଇଥିବା ଖବର ସାମ୍ନାକୁ ଆସିଛି । ପଞ୍ଜିକରଣ ହୋଇ ନଥିବାରୁ କାଲିଠୁ ବାହାରେ ବସିଥିଲେ । ତେବେ ତାଙ୍କୁ ଅଚେତ ଅବସ୍ଥାରେ ପୁରୀ ମେଡିକାଲ ନିଆଯାଇଥିବା ଜଣାପଡ଼ିଛି । ଅଚେତ ହୋଇଥିବା ହବିଷ୍ୟାଳି ଜଣଙ୍କ ଯାଜପୁର ଜିଲ୍ଲା ବରି ଅଞ୍ଚଳର ବୋଲି ସୂଚନା ମିଳିଛି ।

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନେ ମାସସାରା ରହି ହବିଷ୍ୟ ବ୍ରତ କରିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥାନ୍ତି । ଏହା ଦ୍ୱାରା ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ହବିଷ୍ୟାଳି ଯୋଜନାରେ ଜିଲ୍ଲା ପ୍ରଶାସନ ୨୫ ଶହ ଲୋକଙ୍କ ରହିବା ବ୍ୟବସ୍ଥା କରିଛନ୍ତି । ବଗଲା ଧର୍ମଶାଳା, ମୋଚି ସାହି, କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଗୃହରେ ଖୋର୍ଦ୍ଧା ଜିଲ୍ଳାର ହବିଷ୍ୟାଳି ଏବଂ ବୃନ୍ଦାବତି ନିବାସରେ ୨୯ଟି ଜିଲ୍ଲାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.