(Video) ଘରୋଇ ହସ୍ପିଟାଲରେ ଅଙ୍ଗ ଚୋରି ଅଭିଯୋଗ, ପୋଲିସ ଚଳାଇଛି ତଦନ୍ତ

କଟକ: କଟକର ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ତସ୍କରୀ ଅଭିଯୋଗ । କନ୍ଧମାଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ େଇ ପରିବାର ବର୍ଗଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଥିଲା । ବ୍ୟକ୍ତିଙ୍କ ମୁଣ୍ଡ ଦୁର୍ଘଟଣାରେ ଫାଟିଥିବା ବେଳେ ପେଟରେ ଅପରେସନ ହେବାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ପୋଲିସ ମୃତଦେହର ବ୍ୟବଚ୍ଛେଦ କରିବା ସହ କଟକରେ ପହଞ୍ଚି ସେହି ହସ୍ପିଟାଲରେ ତଦନ୍ତ କରୁଛି ।

କନ୍ଧମାଳ ବାଲିଗୁଡା ଥାନା ଅଧୀନ ସୁଡ୍ରା ପଞ୍ଚାୟତ ଟିକରବାଜୁ ଗାଁର ବାବୁଲା ଦିଗଲ ଗତ ୧୩ ତାରିଖରେ ଝିଅ ଘରକୁ ଏକ ବାଇକରେ ଯାଉଥିଲେ ଡଡଙ୍ଗ ନିକଟରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ,ବାଲିଗୁଡ଼ା ଓ ଫୁଲବାଣୀହସ୍ପିଟାଲ କୁ ରେଫର ହୋଇ ତା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ରେଫର ହୋଇ ଥିଲେ । ଭୁବନେଶ୍ୱର ଏମ୍ସ ଆଣିବା ବାଟରେ କୌଣସି କାରଣ ନେଇ ପରିବାର ତାଙ୍କୁ କଟକର ରୁଦ୍ର ହସ୍ପିଟାଲରେ ଆଡମିଟ କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅପରେସନ ହେବା ଜରୁରି କହିଥିଲେ ଡାକ୍ତର । ଅପରେସନ ମଧ୍ୟ ହୋଇଥିଲା । ଅପରେସନ ପରେ ବାବୁଲାଙ୍କ ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଥିଲେ । ପରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ଟେକିଦେଇଥିଲେ ।

ପରିବାର ଲୋକେ ଘରକୁ ଫେରିଥିଲେ । କିନ୍ତୁ ଘରେ ମୃତଦେହ ଦେଖି ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ପେଟ କଟାଯାଇଥିବା ଘରଲୋକେ ଦେଖିବାକୁ ପାଇଥିଲେ । ହସ୍ପିଟାଲରେ ଅଙ୍ଗ ତସ୍କରୀ ହେଉଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ପାଇଁ ହସ୍ପିଟାଲରେ ପହଞ୍ଚିଛି ।

 

Get real time updates directly on you device, subscribe now.