ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପାଇଁ କିପରି କରିବେ ପଞ୍ଜିକରଣ ? ଜାଣନ୍ତୁ ପ୍ରୋସେସ

ଭୁବନେଶ୍ୱର : ଅକ୍ଟୋବର ୨୧ ଏବଂ ୨୮ ଦୁଇ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ। ଏଠାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ୧୦୦୦ ପଞ୍ଜିକୃତ ଆବେଦନକାରୀଙ୍କ ଅଭିଯୋଗ ଶୁଣାଣି କରି ତାହାକୁ ସମାଧାନ କରିବା ଲାଗି ଚେଷ୍ଟା କରିବେ। ଆଗ୍ରହୀ ଆବେଦନକାରୀ ଆଜି ସକାଳ ୧୧ଟାରୁ ଅନ୍‍ଲାଇନରେ ପଞ୍ଜିକରଣ କରିପାରିବେ ବୋଲି ସରକାରୀ ବାର୍ତ୍ତାରେ କୁହାଯାଇଛି। www.janasunani.odisha.gov.in ପୋର୍ଟାଲରେ ଏଥିନେଇ ଆବେଦନ କରିପାରିବେ।

ତେବେ, ଆସନ୍ତୁ ଜାଣିବା ଅନଲାଇନ୍ ରେ କେମିତି କରିବେ ଆବେଦନ୍?

ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ ଆବେଦନ କରିବାକୁ ଚାହୁଁଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା www.janasunani.odisha.gov.in ର ପ୍ରଥମେ ସାଇଟ୍ କୁ ଭିଜିଟ୍ କରନ୍ତୁ। ପେଜ୍ ଖୋଲିବା ପରେ ତିନୋଟି ଅପସନ୍ ଆସିବ। ଯେଉଁଠାରେ ଲେଖାଥିବ ପଞ୍ଜିକୃତ ବ୍ୟବହାରକାରୀଙ୍କ ଲଗଇନ୍, ନୂଆ ବ୍ୟବହାରକାରୀଙ୍କ ସାଇନ୍ ଅପ୍, ସ୍କିପ୍ ଲଗଇନ୍’ ବିକଳ୍ପରେ କ୍ଲିକ୍ କରି ବିନା ଲଗଇନ୍ କରି ଅଭିଯୋଗ ପଞ୍ଜିକରଣ କରନ୍ତୁ ।

ଯଦି ଆପଣ ଜଣେ ନୂଆ ଭାବରେ ପ୍ରଥମ କରି ଏହି ସାଇଟ୍ ଲଗ୍ ଇନ୍ କରୁଥିବେ। ତେବେ, ଆପଣ ପ୍ରଥମେ ଦିଆଯାଇଥିବା (ପଞ୍ଜିକୃତ ବ୍ୟବହାରକାରୀଙ୍କ
ଲଗଇନ୍) ରେ କ୍ଲିକ୍ କରନ୍ତୁ। ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡି ଦେଇ ଲଗିନ୍ କରିବେ। ଯଦି ଆପଣ ଇମେଲ୍ ଆଇଡ଼ି ଦେଇ ଲଗଇନ୍ କରିବେ। ତେବେ, ପାସଓ୍ବାର୍ଡ଼ ଦେବାକୁ ପଡିବ। ପରେ ସେମାନେ ପୋର୍ଟାଲରେ ଦିଆଯାଇଥିବା ସାରଣୀ ଅନୁସାରେ ଆଗକୁ ବଢିବେ।

Get real time updates directly on you device, subscribe now.