ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ୩୫କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ପାଟନା: ବିହାରର ସିୱାନ ଓ ସାରଣ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା, ୩୫କୁ ବୃଦ୍ଧି ପାଇଲା ମୃତଙ୍କ ସଂଖ୍ୟା । ସିୱାନ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮ ରହିଛି। ସିୱାନରେ ବିଷାକ୍ତ ମଦ ପିଇ ୭୯ ଜଣ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩୧ ଜଣ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏମାନଙ୍କ ମଧ୍ୟରୁ ଆଜି ଆଉ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ସେପଟେ ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣାରେ ଚାଲିଥିବା ଉଚ୍ଚସ୍ତରୀୟ ତଦନ୍ତର ସମୀକ୍ଷା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୬ ମସିହାରେ ମଦ ନିଷେଧ ଆଇନ ଲାଗୁ କରିଥିଲେ ।

ବିହାର ଡିଜିପି ଆଲୋକ ରାଜ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ବିହାର ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିହାର ପୁଲିସର ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏଥିସହିତ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ ଅଟକ ରଖାଯାଇଛି ।

Get real time updates directly on you device, subscribe now.