ଲଗାତାର ମିଳୁଥିବା ଧମକ ମଧ୍ୟରେ ସଲମାନ ଶେଷ କଲେ BB18ର ସୁଟିଂ, ସେଟରେ ନିୟୋଜିତ ଥିଲେ ୬୦ ଗାର୍ଡସ

ନୂଆଦିଲ୍ଲୀ: ବଲିଉଡର ଦବଙ୍ଗ କୁହାଯାଉଥିବା ସଲମାନ ଖାନ ବହୁ ସମୟରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ଧମକ ମିଳୁଛି, ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ହେଲେ ଏହି ସମସ୍ତ କଥା ସଲମାନ ଖାନଙ୍କ କାମ ଉପରେ କୌଣସି ଖାସ ପ୍ରଭାବ ନ ପକାଇଥିବା ଦେଖିବାକୁ ମିଳିଛି, କାରଣ ସୁପରଷ୍ଟାର କଡା ସୁରକ୍ଷା ମଧ୍ୟରେ ‘ବିଗ ବସ ୧୮’ର ସେଟରେ ପହଞ୍ଚିଛନ୍ତି। ସେଠାରେ ସେ ‘ୱିକେଣ୍ଡ କା ୱାର’ର ସୁଟିଂ ପୂରା ହୋଇଛି।

ଏହି ସମୟରେ ସେଟରେ ସଲମାନଙ୍କ ସୁରକ୍ଷା ପାଇଁ ୬୦ ଗାର୍ଡସଙ୍କୁ ନେଇ ଆଲର୍ଟ ରଖାଯାଇଛି। ୧୮ ଅକ୍ଟୋବରର ସକାଳେ ମଧ୍ୟ ସଲମାନଙ୍କୁ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ପୁଣିଥରେ ଜୀବନରୁ ମରିବାର ଧମକ ମିଳିଥିଲା, ହେଲେ ଏହା ସତ୍ତ୍ୱେ ସେ ନିଜ କାମ ଜାରି ରଖିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ସଲମାନ ‘ୱିକେଣ୍ଡ କା ୱାର’ର ସୁଟିଂ କରିବେ ନାହିଁ। ହେଲେ ସେ ସୁଟ ପାଇଁ ଫିଲ୍ମସିଟି ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

Get real time updates directly on you device, subscribe now.