ପାଟ୍ରୋଲିଂରୁ ଫେରୁଥିବା ଟିମକୁ ଟାର୍ଗେଟ କଲେ ନକ୍ସଲ: IED ବ୍ଲାଷ୍ଟରେ ୨ ଯବାନ ସହିଦ, ୨ ଆହତ

ନୂଆଦିଲ୍ଲୀ: ଛତିଶଗଡର ନାରାୟଣପୁରରେ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ଯବାନମାନଙ୍କୁ ନକ୍ସଲମାନେ ଟାର୍ଗେଟ କରିଛନ୍ତି । ଶନିବାର ଦିନ ନକ୍ସଲମାନେ ଘୁରବେଡା ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଥିଲେ ।

ଏହି ବିସ୍ଫୋରଣରେ ୪ ଜଣ ସୈନିକ ଆହତ ହୋଇଛନ୍ତି । ଆହତ ସୈନିକମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ଯବାନଙ୍କ ଗୁରୁତର ଅବସ୍ଥାକୁ ଦେଖି ସେମାନଙ୍କୁ ରାୟପୁରକୁ ପଠାଇବାକୁ ପ୍ରସ୍ତୁତି ଚାଲିଥିଲା । ସୁରକ୍ଷା ବାହିନୀ ସେମାନଙ୍କୁ ଏୟାରଲିଫ୍ଟ ପୂର୍ବରୁ ଉଭୟ ସୈନିକଙ୍କର ମୃତ୍ୟୁ ହୋଇଥିଲା । ସହିଦ ସୈନିକମାନଙ୍କ ନାମ ଅମର ପାନୱାର ଏବଂ କେ ରାଜେଶ । ଉଭୟଙ୍କୁ ଆଇଟିବିପିର ୫୩ ବାଟାଲିୟନରେ ପୋଷ୍ଟ କରାଯାଇଥିଲା । ଆହତ ସୈନିକଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି ।

ସୂଚନାନୁସାରେ, ଆଇଟିବିପି-ବିଏସଏଫର ମିଳିତ ଦଳ ଓରର୍ଚା, ମୋହାନ୍ଦି ଏବଂ ଇରାକବତୀରେ ପାଟ୍ରୋଲିଂ କରିବାକୁ ବାହାରିଥିଲେ । ଆଇଡି ବିସ୍ଫୋରଣରେ ୪ଜଣ ସୈନିକ ଆହତ ହୋଇଥିଲେ । କିଛି ଦିନ ପୂର୍ବରୁ ନକ୍ସଲମାନେ ଏହି ଅଞ୍ଚଳରେ ପୋଲିସ ସହ ଗୁଳି ବିନିମୟ କରିଥିଲେ । ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ଶୁକ୍ରବାର ଦିନ ସୈନିକମାନଙ୍କର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ କରିଥିଲେ । ସୈନିକମାନେ ଖୋଜାଖୋଜି କରିବା ପରେ ଶନିବାର ଫେରୁଥିବା ସମୟରେ ଏହି ବ୍ଲାଷ୍ଟ ହୋଇଥିଲା ।

Get real time updates directly on you device, subscribe now.