ଅଧିକ ମାତ୍ରାରେ ହଳଦୀ କ୍ଷୀର ପିଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ଭୋଗିପାରନ୍ତି ଏହିସବୁ ସମସ୍ୟା

ହଳଦୀ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଅନେକ ସମୟରେ ଘରର ବୟସ୍କ ଲୋକମାନେ ଆଘାତ, ଦରଜ କିମ୍ବା ଥଣ୍ଡା ଓ କାଶରୁ ମୁକ୍ତି ପାଇବା ପାଇଁ ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦେଉଥାନ୍ତି । ହଳଦୀ ମିଶା କ୍ଷୀରର ବ୍ୟବହାର ବହୁ ପୁରାତନ । ଆମ ତ୍ୱଚା ପାଇଁ ମଧ୍ୟ ହଳଦୀ କ୍ଷୀର ଅମୃତ ସମାନ ହୋଇଥାଏ । ଏହା ତ୍ୱଚାରେ ଉଜ୍ଜଳତା ଆଣିଥାଏ ।

କେବଳ ସେତିକି ନୁହେଁ ଆଜ୍‌ମା ଓ କଫରୁ ମୁକ୍ତି ଦେବା ସହ ଶୋଇବା ପୂର୍ବରୁ ଏହି କ୍ଷୀର ପିଇଲେ ଭଲ ନିଦ ହୋଇଥାଏ ।

ଅଧିକାଂଶ ଲୋକେ ସେମାନଙ୍କ ସାମଗ୍ରିକ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିବା ପାଇଁ ହଳଦୀ କ୍ଷୀର ପିଇଥାନ୍ତି । ଆଜି ପର୍ଯ୍ୟନ୍ତ ଆପଣମାନେ ହଳଦୀ କ୍ଷୀରର ଅନେକ ଉପକାରିତା ଶୁଣିଥିବେ କିନ୍ତୁ ଆପଣ ଜାଣନ୍ତି କି ହଳଦୀ କ୍ଷୀର କିଛି ଲୋକଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । କେଉଁ ଅନାଦି କାଳରୁ ଲୋକମାନେ ହଳଦୀ କ୍ଷୀରକୁ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ବୋଲି ବିବେଚନା କରନ୍ତି । କିନ୍ତୁ ଅଧିକ ମାତ୍ରାରେ ହଳଦୀ କ୍ଷୀର ପିଇବା ସକରାତ୍ମକ ପ୍ରଭାବ ପରିବର୍ତ୍ତେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କେଉଁ ଲୋକମାନେ ହଳଦୀ କ୍ଷୀର ପିଇବା ଉଚିତ୍ ନୁହେଁ । ଯେଉଁମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଗ୍ୟାସ୍ କିମ୍ବା ଏସିଡ଼ିଟି ଭଳି ସମସ୍ୟା ରହିଛି, ସେମାନେ ହଳଦୀ କ୍ଷୀରକୁ ସେମାନଙ୍କ ଖାଦ୍ୟର ଅଂଶ କରିବା ଉଚିତ୍ ନୁହେଁ । ହଳଦୀ କ୍ଷୀରରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କର ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ । ଏହା ବ୍ୟତୀତ ଡାଇବେଟିସ ଭଳି ନୀରବ ଘାତକ ରୋଗରେ ପୀଡିତ ରୋଗୀମାନେ ମଧ୍ୟ ଡାକ୍ତରଙ୍କ ସହିତ ପରାମର୍ଶ ନକରି ହଳଦୀ କ୍ଷୀର ପିଇବା ଉଚିତ୍ ନୁହେଁ ।

ଯଦି ଆପଣଙ୍କର ଲୋ-ବ୍ଲଡ଼ପ୍ରେସର ଥାଏ, ତେବେ ହଳଦୀ କ୍ଷୀର ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ । ହଳଦୀ କ୍ଷୀର ବ୍ଲଡ଼ପ୍ରେସରକୁ ଆହୁରି ଲୋ’ କରିପାରେ । ଏହା ବ୍ୟତୀତ, ଯଦି ଆପଣ କ୍ଷୀର ପ୍ରତି ଆଲର୍ଜି ଥାଆନ୍ତି, ତେବେ ଆପଣ ନିଜ ଡାଏଟ ପ୍ଲାନରେ ହଳଦୀ କ୍ଷୀର ସାମିଲ କରିବା ଠାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟରେ କ୍ଷତି ହୋଇପାରେ । ଆପଣଙ୍କ ସୂଚନା ପାଇଁ, କହିରଖୁଛୁ ଯେ ବର୍ଷା ଋତୁରେ ମଧ୍ୟ ଆପଣ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଆୟୁର୍ବେଦ ଅନୁଯାୟୀ, ହଳଦୀ କ୍ଷୀର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ ଯଦି ଆପଣ ଏହାକୁ ଏକ ଲିମିଟରେ ପିଇବେ । ବାସ୍ତବରେ, କିଛି ବି ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ସବୁ ଜିନିଷ ଏକ ଲିମିଟରେ ଖାଇଲେ କିମ୍ବା ପିଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥାଏ ।

Get real time updates directly on you device, subscribe now.