୭୭୭୭୭ ଟଙ୍କାରେ ପହଞ୍ଚିଲା ସୁନା ଦର, ଗୋଟିଏ ସପ୍ତାହରେ ଦେଲା ଜବରଦସ୍ତ ରିଟର୍ଣ୍ଣ

ନୂଆଦିଲ୍ଲୀ: ସୁନା ଦର ଏହି ସମୟରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁନା ଦର ରେକର୍ଡରେ ରହିଛି। ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୭ହଜାର ୭୭୭ଟଙ୍କା ପାରି କରିଛି। ଏମସିଏକ୍ସରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୭ ହଜାର ୭୫୦ ଟଙ୍କାରେ ଅଛି। ଏହି ମୂଲ୍ୟ ୭୭ ହଜାର ୮୩୯ ଟଙ୍କାରେ ପହଞ୍ଚିଛି।

ଗତ ମାସରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ଆମେ ଯଦି ଏହି ସପ୍ତାହର କଥା କହିବା ତେବେ ଏଥିରୁ ୨ ପ୍ରତିଶତ ରିଟର୍ଣ୍ଣ ମିଳିଛି। ସୋମାବାର ୧୪ ଅକ୍ଟୋବରରେ ସୁନାର ଦର ୭୬ ହଜାର ୨୫୧ ଟଙ୍କା ଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୭୭ ହଜାର ୭୫୦ ଟଙ୍କା ରହିଛି। ଏହି ସପ୍ତାହରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୪୯୯ ଟଙ୍କା ବୃଦ୍ଧି ପାଇଛି। ଏହି ସପ୍ତାହର ରିଟର୍ଣ୍ଣ ୨ ପ୍ରତିଶତ ଆସିଛି।

ସୁନା ଗୋଟିଏ ମାସରେ ନିବେଶକଙ୍କୁ ଜବରଦସ୍ତ ରିଟର୍ଣ୍ଣ ଦେଇଛି। ଏହି ରିଟର୍ଣ୍ଣ ୪ ପ୍ରତିଶତରୁ ଅଧିକ ରହିଛି। ଗୋଟିଏ ମାସ ପୂର୍ବରୁ ଏମସିଏକ୍ସରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୩୦୪ ଟଙ୍କା ଥିଲା। ଅର୍ଥାତ ସୁନା ନିବେଶକଙ୍କୁ ଗୋଟିଏ ମାସରେ ପାଖାପାଖି ୪.୬୪ ର ରିଟର୍ଣ୍ଣ ଦେଇଛି।