ବିଗ୍ ବସ୍ ଫେମ୍ ପ୍ରିନ୍ସ ନରୁଲାଙ୍କ ଘରକୁ ଆସିଲା କୁନି ପରୀ, ପ୍ରଥମ ଥର ପାଇଁ ମାଆ ହେଲେ ପତ୍ନୀ ୟୁଭିକା

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ କପଲ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି । ଦୀପାବାଳୀ ପୂର୍ବରୁ ତାଙ୍କ ଘରକୁ ଫେରିଛି ଖୁସି । ଶନିବାର ଉଭୟ ମାତା ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୟୁଭିକା ଚୌଧୁରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ଶୁଣି ତାଙ୍କ ପରିବାର ଓ ଫ୍ୟାନ୍ସ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ପାଇଁ ଶୁଭେଚ୍ଛାର ସୁଆ ଛୁଟିବାରେ ଲାଗିଛି । କହିରଖୁଛୁ ବିବାହର ୬ ବର୍ଷ ପରେ ୟୁଭିକା ଓ ପ୍ରିନ୍ସ ଓଠୠ ମାଧ୍ୟମରେ ମାତା ପିତା ହୋଇଛନ୍ତି ।

ରିୟଲିଟି ଶୋ ‘ବିଗ୍ ବସ୍ ୯’ ମାଧ୍ୟମରେ ପ୍ରିନ୍ସ ଓ ୟୁଭିକା ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଶୋ ସମୟରେ ହିଁ ପ୍ରିନ୍ସ ୟୁଭିକାଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ପ୍ରପୋଜ୍ କରିଥିଲେ । ୨୦୧୬ରେ ଉଭୟ ନିର୍ବନ୍ଧ କରିଥିବା ବେଳେ ୨୦୧୮ରେ ବିବାହ କରିଥିଲେ । ଅପରପକ୍ଷରେ ୟୁଭିକାଙ୍କ କହିବାନୁଯାୟୀ ପ୍ରିନ୍ସ ତାଙ୍କ କ୍ୟାରିୟରରେ ପ୍ରଥମେ ସେଟେଲ ହେବା ପାଇଁ ସେ ଚାହୁଁଥିଲେ । ତେଣୁ ସେମାନେ ଫ୍ୟାମିଲି ପ୍ଲାନିଂରେ ବିଳମ୍ବ କରିଥିଲେ । ତେବେ ବର୍ତ୍ତମାନ ପ୍ରିନ୍ସଙ୍କ ପରୀର ଗୋଟିଲଏ ଝଲକ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।