ଗାଧେଇବା ବେଳେ ପଡିଗଲେ ଲୁଲା, ମୁଣ୍ଡରେ ଆଘାତ, ଡାକ୍ତର ଦେଲେ ବେଡ ରେଷ୍ଟ ପରାମର୍ଶ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲ୍ୱା ଗାଧୁଆ ଘରେ ଖସିପଡିବାରୁ ଆହତ ହୋଇଛନ୍ତି । ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଆହତ କାରଣରୁ ଲୁଲାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦ ସିଲବା ଗାଧୁଆ ଘରେ ଖସି ପଡିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ସାମାନ୍ୟ ରକ୍ତସ୍ରାବ ହୋଇଛିା ଏହା ପରେ ତାଙ୍କୁ ଡାକ୍ତରମାନେ ବେଡରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି । ଏବେ ସେ ବିମାନ ଯାତ୍ରା କରିପାରିବ ନାହିଁ । ଡାକ୍ତରଙ୍କ ପରାମର୍ଶ ମାନି ଲୁଲା ବ୍ରିକ୍ସ ସମିତିରେ ଯୋଗ ଦେବାକୁ ଋଷ ଗସ୍ତକୁ ବାତିଲ କରିଛନ୍ତି । ଏନେଇ ତାଙ୍କ ଅଫିସରୁ ସୂଚନା ଜାରି କରାଯାଇଛି । ବୟାନରେ କୁହାଯାଇଛି କି, ୭୮ ବର୍ଷୀୟ ଲୁଲା ଏବେ ଭିଡିଓ କନଫେରେନ୍ସିଂରେ ବିକ୍ସ ବୈଠକରେ ଭାଗ ନେବେ । ଯଦି ଏପରି ହୋଇ ନ ଥାନ୍ତା ତେବେ ସେ ସଂଧ୍ୟା ୫ଟାରେ ବିମାନ ଯାତ୍ରା କରିଥାନ୍ତେ ।

ଲୁଲାଙ୍କ ଡାକ୍ତର ରୋବର୍ଟ କଲିଲ ଆନ୍ତର୍ଜାତିକ ନ୍ୟୁଜ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି କି, ରାଷ୍ଟ୍ରପତିଙ୍କ ମୁଣ୍ଡର ପଛପଟରେ ଆଘାତ ଲାଗି ରକ୍ତସ୍ରାବ ହୋଇଛି । ମୁଣ୍ଡକୁ ଷ୍ଟିଚ କରାଯାଇଛି । ଏବେ ସେ ଆଇସିୟୁରେ ଡାକ୍ତରଙ୍କ ଅବଜରଭେସନରେ ରହିବେ । ତାଙ୍କ ସ୍ୱାସ୍ଥାବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏବେ ସେ ହୋସରେ ଅଛନ୍ତି । ତାଙ୍କୁ ଆରାମ କରିବାକୁ କୁହାଯାଇଛି ।

ବ୍ରାସିସିଆର ସିରିୟୋ ଲେବନେସ ହସ୍ପିଟାଲ ଦ୍ୱାରା ଜାରି ମେଡିକାଲ ବୁଲେଟିନ ମୁତାବକ, ଲୁଲାଙ୍କ ମୁଣ୍ଡର ପଛପଟ ଓସିସିପିଟଲରେ ଚୋଟ ଲାଗିଥିଲା । ଏହାକୁ ଦେଖି ସରକାର ତାଙ୍କ ବିଦେଶ ଗସ୍ତକୁ ସ୍ଥଗିତ ରଖିଛନ୍ତି । ତେବେ ସେ ବ୍ରିକ ବୈଠକରେ ଯୋଗଦେବାକୁ ଯାଇଥିଲେ ଋଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା ।

Get real time updates directly on you device, subscribe now.