ଅଷ୍ଟ୍ରେଲିଆ ସିରିଜରେ ଦଳରେ ସାମିଲ ହେବେ ମୋହମ୍ମଦ ଶାମି ! ଫିଟନେସକୁ ନେଇ ଦେଲେ ଅପଡେଟ୍‌

ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ମୁକାବିଲା ହେବ । ଏଥିମଧ୍ୟରେ ଭାରତୀୟ ଦୃତ ବୋଲର ମୋହମ୍ମଦ ଶାମିଙ୍କ ଫିଟନେସକୁ ନେଇ ନୂତନ ଅପଡେଟ୍ ସାମ୍ନାକୁ ଆସିଛି । ୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ଆହତ ହୋଇଥିଲେ ଶାମି । ଏହା ପରଠାରୁ ସେ ଭାରତୀୟ ଟିମରୁ ଦୂରେଇ ଅଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଆସନ୍ତା ମାସରେ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ସରିଜ୍ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳରେ ସାମିଲ ହୋଇପାରିବେ ତ ? ଏନେଇ ସୋମବାର ମୋହମ୍ମଦ ଶାମି ସମସ୍ତଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଶାମି କହିଥିଲେ କି ସେ କ୍ରିକେଟ ମଇଦାନକୁ ଫେରିବା ପାଇଁ ଉତ୍ସୁକ ଅଛନ୍ତି । ଏହା ସହ ରଣଜୀ ଖେଳିବା ପାଇଁ ମଧ୍ୟ ତାଙ୍କ ଇଚ୍ଛା ଦର୍ଶାଇଥିଲେ । ସେ କହିଥିଲେ, ‘କାଲି ଯେଉଁଭଳି ଭାବରେ ମୁଁ ବୋଲିଂ କରିଥିଲି, ବହୁତ ଖୁସି । ଏହା ପୂର୍ବରୁ ଅଧା ରନ୍ ଅପ୍ ପାଇଁ ବୋଲିଂ କରୁଥିଲି କାରଣ ମୁଁ ଅଧିକ ଭାର ନେବାକୁ ଚାହୁଁନଥିଲି । କାଲି ମୁଁ ସମ୍ପୂର୍ଣ୍ଣ ଦମ୍ ଲଗାଇ ୧୦୦% ବୋଲିଂ କରିଥିଲି ।’ ଶାମି ଦୀର୍ଘ ଦିନରୁ ଭାବୁଥିଲେ କି ଅଷ୍ଟ୍ରେଲିଆ ସିରିଜ୍ ପାଇଁ ସେ କେତେ ଫିଟ୍ । ଅଷ୍ଟ୍ରେଲିଆ ସିରିଜ ପାଇଁ ଆକ୍ରମଣାତ୍ମକ ପ୍ରଦର୍ଶନର ଆବଶ୍ୟକତା ରହିଛି । ମୋତେ ମଇଦାନରେ ଅଧିକ ସମୟ ବିତାଇବାର ଅଛି ।

Get real time updates directly on you device, subscribe now.