ମହଙ୍ଗା ସ୍ମାର୍ଟଫୋନରେ ଶସ୍ତା ବ୍ୟାକ୍ କଭର ଲଗାନ୍ତୁ ନାହିଁ, ଶୀଘ୍ର ଖରାପ ହୋଇପାରେ ଫୋନ୍

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶସ୍ତା ହେଉ ଅବା ଦାମୀ ସ୍ମାର୍ଟଫୋନ୍ ଏହାର ମେଣ୍ଟେନାନ୍ସ ଅତ୍ୟନ୍ତ ଜରୁରୀ ଅଟେ । ଏଥିମଧ୍ୟରୁ ସ୍କ୍ରିନ୍ ଗାର୍ଡ଼ ଏବଂ ଫୋନ୍ ବ୍ୟାକ୍ କଭର ଅତ୍ୟନ୍ତ ଜରୁରୀ । ସ୍କ୍ରିନ୍ ଗାର୍ଡ଼ ଫୋନର ଡିସ୍ପେ୍ଲକୁ ସ୍କ୍ରାଚ୍ ଏବଂ ଭାଙ୍ଗିବାରୁ ରକ୍ଷା କରିଥାଏ । ସେହିପରି ବ୍ୟାକ୍ କଭର ଫୋନକୁ ପ୍ରଦୂଷଣରୁ ସୁରକ୍ଷା ଦେବା ସହ ଏକ ଷ୍ଟାଇଲିଶ୍ ଲୁକ୍ ମଧ୍ୟ ଦେଇଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ମହଙ୍ଗା ସ୍ମାର୍ଟଫୋନ୍ କିଣି ସେଥିରେ ଶସ୍ତା କ୍ୱାଲିଟିର ବ୍ୟାକ୍ କଭର ଲଗାଇଥାନ୍ତି । ଖର୍ଚ୍ଚ କମ୍ କରିବା ଚକ୍କରରେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଅଧିକ କ୍ଷତି ସହିବାକୁ ପଡ଼ିଥାଏ ।

ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍ ପାଇଁ ବ୍ୟାକ୍ କଭର କିଣିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ୍ ଦେବା ଉଚିତ ।

୧. ସବୁବେଳେ ପ୍ରିମିୟମ କ୍ୱାଲିଟି ବ୍ୟାକ୍ କଭର କିଣନ୍ତୁ । ଏହା ଦ୍ୱାରା ଫୋନ୍ ତଳେ ପଡ଼ିଲେ ଝଟକା(shock)ରୁ ସୁରକ୍ଷା ପ୍ରଦାନ କରିଥାଏ । ଫଳରେ ଫୋନର ସମ୍ବେଦନଶୀଳ ଇଣ୍ଟରନାଲ କମ୍ପୋନେଣ୍ଟକୁ ଡ୍ୟାମେଜକୁ ରୋକି ଥାଏ ।

୨. ପ୍ରିମିୟମ କ୍ୱାଲିଟି ଫୋନ୍ କଭର ଉତ୍ତମ ଧାତୁରେ ପ୍ରସ୍ତୁତ କରାଯାଇଥାଏ ଏବଂ ଏହା ଦୀର୍ଘସ୍ଥାୟୀ ଅଟେ । ଏହା ସ୍ମାର୍ଟଫୋନ ପାଇଁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ । ଏହା ଫୋନକୁ ସ୍କ୍ରାଚ୍‌, ପ୍ରଦୂଷଣ ଇତ୍ୟାଦିରୁ ରକ୍ଷା କରିଥାଏ ।

୩. ଉତ୍ତମ କ୍ୱାଲିଟିର ବ୍ୟାକ୍ କଭର ଫୋନକୁ ପାଣି ଏବଂ ଅତ୍ୟାଧିକ ଗରମରୁ ସୁରକ୍ଷା ପ୍ରଦାନ କରିଥାଏ । କିଛି ମହଙ୍ଗା ସ୍ମାର୍ଟଫୋନ କଭରରେ ହୀଟ୍ ଡିସେପସନ୍ ଟେକ୍ନୋଲୋଜିର ବ୍ୟବହାର ହୋଇଥାଏ ଯାହା ଫୋନରୁ ବାହାରୁଥିବା ଉତ୍ତାପକୁ ରୋଗୁଲେଟ କରିଥାଏ । ଏହା ଫୋନକୁ ଓଭର ହୀଟରୁ ରକ୍ଷା କରିଥାଏ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବ୍ୟାକ୍ କଭର ଉପଲବ୍ଧ ଯେଉଁଥିରେ ଲିଦର କଭର, କାର୍ବନ ଫାଇବର କଭର, ପଲିକାର୍ବୋନେଟ୍ ଫୋନ୍ କେସ୍‌, ସିଲିକନ୍ କଭର, ହୀଟ୍ ଡିସେପସନ୍ କଭର ଏବଂ ଶକ୍ ପ୍ରୁଫ୍ ଡ୍ରପ୍ ପ୍ରୋଟେକସନ୍ ବ୍ୟାକ୍ କଭର ସାମିଲ ରହିଛି । ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏଥିମଧ୍ୟରୁ କୌଣସି ରଙ୍ଗର ବ୍ୟାକ୍ କଭର ଚୟନ କରିପାରିବେ । ଏହା ଦ୍ୱାରା ଆପଣଙ୍କ ମହଙ୍ଗା ସ୍ମାର୍ଟଫୋନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ ।

Get real time updates directly on you device, subscribe now.