Skypeରେ ଖେଳ କରୁଛନ୍ତି ହ୍ୟାକର୍ସ ! ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହା ଉଭୟ ପୋଲିସ ଏବଂ ସାଧାରଣଜନତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକଙ୍କୁ ଠକିବା ପାଇଁ ସାଇବର ଠକମାନେ ବିଭିନ୍ନ ପ୍ରକାର ପନ୍ଥା ଅପଣାଉଛନ୍ତି । ଏଥିପାଇଁ ଠକମାନେ ବିଶେଷକରି ବୃଦ୍ଧ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି । ମଧ୍ୟରୁ Skype(ଏକ ପ୍ରକାର ସୋସିଆଲ ମିଡିଆ) ସାହାଯ୍ୟରେ ସ୍କାମର ନକଲି ପରିଚୟ ସହ ଆକାଉଣ୍ଟ ତିଆରି କରି ଳୋକଙ୍କୁ ଧୋକା ଦେଇଥାନ୍ତି । କହିରଖୁଛୁ ସ୍କାଇପ୍ ସାରା ଦେଶରେ ବ୍ୟବହାର କରାଯାଏ ଯାହା ପୁରା ଫ୍ରି ଅଟେ । ଏହା ଦ୍ୱାରା ସ୍କାମର୍ସଙ୍କୁ ଠକିବା ପାଇଁ ବଡ଼ ନେଟୱାର୍କ ମିଳିଥାଏ ।

ବାସ୍ତବାରେ ସ୍କାଇପରେ ଆକାଉଣ୍ଟ ପ୍ରସ୍ତୁତ କରିବା ପାଇଁ ଅଧିକ କିଛି ସୂଚନା ଦେବାକୁ ପଡ଼ିନଥାଏ । ଏହି ଆପକୁ ସହଜରେ କୌଣସି ଫୋନ କିମ୍ବା ଲାପଟପରେ ସହଜରେ ଡାଉନଲୋଡ୍ କରିହେବ । ଏଥିରେ ଭିଡିଓ କଲ ଏବଂ ଭଏସ୍ କଲ୍ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ । ଲୋକଙ୍କୁ ଠକିବା ପାଇଁ ସ୍କାମର୍ସ ନକଲି ଭିଡିଓ, ବ୍ୟାକଗ୍ରାଉଣ୍ଡ ଏଡିଟ୍ କରି ବ୍ୟବହାର କରିଥାନ୍ତି । Skypeରେ ସ୍କାମର୍ସ ସ୍କ୍ରିନ୍ ଶେୟାରିଂ ଫିଚରର ଦୁର୍ବ୍ୟବହାର କରି ସହଜରେ ଯେକୌଣସି ସିଷ୍ଟମର ଆସେସ୍ ପାଇପାରିବେ । VPN ମାଧ୍ୟମରେ Skype ବ୍ୟବହାର କରିଥାନ୍ତି ସ୍କାମର୍ସ । ଏହା ଦ୍ୱାରା ସ୍କାମର୍ସଙ୍କୁ ଟ୍ରାକ୍ କରିବା ପ୍ରାୟ ଅସମ୍ଭବ ହୋଇଥାଏ । ମାଧ୍ୟମରେ କେବଳ ଏତିକି ନୁହେଁ ସ୍କାମର୍ସ ସ୍କାଇପ୍ ଚାଟ୍ ମାଧ୍ୟମରେ ଗିଫ୍ଟ କାର୍ଡ଼ କିମ୍ବା କ୍ରିପ୍ଟୋ କରେନ୍ସି ଭଳି ଅନଟ୍ରେସେବଲ ପେମେଣ୍ଟ ଦାବି କରିପାରନ୍ତି । ତୁରନ୍ତ ପେମେଣ୍ଟ ପାଇଁ ମଧ୍ୟ ବାଧ୍ୟ କରିଥାନ୍ତି ।

ତେବେ ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ବ୍ୟବହାର କରୁଥିଲେ ସତର୍କତା ଅବଲମ୍ବନ କରିବା ଉଚିତ । କୌଣସି ଅଜଣା ବ୍ୟକ୍ତିଙ୍କ ସହ ସ୍କାଇପରେ ଚାଟ୍ କରନ୍ତୁ ନାହିଁ । କେହି ଯଦି ଡିଜିଟାଲ ଅରେଷ୍ଟ କିମ୍ବା ଡିଜିଟାଲ କୋର୍ଟ ସମ୍ବନ୍ଧୀୟ କଥା କହିଲେ ବିଶ୍ୱାସ କରନ୍ତୁ ନାହିଁ ।

Get real time updates directly on you device, subscribe now.