(breaking)କଳାବଜାରୀ ନକରିବାକୁ ମନ୍ତ୍ରୀଙ୍କ କଡା ତାଗିଦ, ବ୍ୟବସାୟୀଙ୍କ ସହଯୋଗ ବି ଲୋଡିଲେ

ଭୁବନେଶ୍ୱର: ବାତ୍ୟା ଦାନା କୂଳ ଆଡକୁ ପାଖେଇ ଆସୁଛି । ତାକୁ ନେଇ ଲୋକେ ଛାନିଆ । ବିକଳରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଛନ୍ତି । ତାର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ । ପନିପରିବା ଦଳ ଆକାଶ ଛୁଆଁ । ଆଗରୁ ସବୁ ପରିବା ୧୦୦ ହୋଇଥିବା ବେଳେ ଏବେ ଦେଢଶହରୁ ଦୁଇଶହ ହେଲାଣି । ସେମିତି ଚାଉଳ, ଡାଲି ପାଇଁ ଲୋକେ ଗ୍ରସରୀ ଦୋକାନ ଆଗରେ ଲମ୍ବା ଧାଡି କରୁଛନ୍ତି । ବାତ୍ୟାକୁ ନେଇ ଲୋକଙ୍କ ଭୟର ସୁଯୋଗ କଳାବଜାରୀ କରିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏହା ଉପରେ ଯୋଗାଣ ମନ୍ତ୍ରୀ କଡା ତାଗିଦ କରିଛନ୍ତି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ବ୍ୟବସାୟୀଙ୍କୁ ସାଧୁତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି । ବାତ୍ୟା ପରି ପରିସ୍ଥିତିରେ ଅସାଧୁତା ଅବଲମ୍ବନ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଆମକୁ ଏକଜୁଟ ହୋଇ ବାତ୍ୟାର ସମ୍ମୁଖୀନ ହେବାକୁ ହେବ । ଏଥିସହ ଦରଦାମ ନିୟନ୍ତ୍ରଣ ଓ ଅଭାବି ବିକ୍ରି ପରି ପରିସ୍ଥିତି ସୃଷ୍ଟି ନ କରିବାକୁ କହିଛନ୍ତି । ଏଥିପାଇଁ ଆଜି ସେ ବ୍ୟବସାୟୀ ସଂଗଠନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି, ଆମ ପାଖରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ରହିଛି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ କି ଅଯଥାରେ ଅଧିକ କିଣି ଘରେ ମହଜୁଦ ରଖନ୍ତୁ ନାହିଁ । କଳାବଜାରୀ ରୋକିବାକୁ ମଧ୍ୟ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀ, ବିଭିନ୍ନ ବଜାର, ଗୋଦାମରେ ଅତର୍କିତ ରେଡ କରି ସ୍ଥିତି ପରଖୁଛନ୍ତି । ବାତ୍ୟ ଆସିଲେ ମଧ୍ୟ ଯେମିତି ଗୋଟିଏ ମଧ୍ୟ କାଜୁଆଲିଟି ହେବ ନାହିଁ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ସରକାର ।
ଆଇଏମଡି ଡିଜି ବାତ୍ୟାକୁ ନେଇ କହିଛନ୍ତି କି, ୨୪ ରାତି ବା ୨୫ ସଖାଳେ ବାତ୍ୟା ଓଡିଶା ଉପକୂଳ ଦେଇ ଗତିକରିବ ।

 

Get real time updates directly on you device, subscribe now.