ଢେଙ୍କାନାଳ ଲକ୍ଷ୍ମୀ ପୂଜା: ବାତ୍ୟା ପାଇଁ କାଲି ସୁଦ୍ଧା ଖୋଲାହେବ ତୋରଣ, ଜିଲ୍ଲା ଛାଡ଼ିବେ ବାହାର ବ୍ୟବସାୟୀ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ସାରା ରାଜ୍ୟରେ ସବୁଠୁ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀ ପୂଜା । ହେଲେ ପୂଜା ସରିବା ପୂର୍ବରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ପାଇଁ ବାତ୍ୟା ଗାଇଡ୍ ଲାଇନ୍ । କାଲି ସୁଦ୍ଧା ତୋରଣ ଖୋଲିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦେଲେ ସରକାର । ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସେପଟେ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ । ହସ୍ପିଟାଲରେ ୨୪ ଘଣ୍ଟିଆ ପାଓ୍ୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ । ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି । କାଲିଠୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘ସବୁଠି ଓଡ୍ରାଫ, NDRF ମୁତୟନ କରାଯାଇଛି । ରେଡ୍ ଆଲର୍ଟ ଜିଲ୍ଲାରେ ଅଧିକ NDRF ଓ ଓଡ୍ରାଫ୍ ଟିମ୍ ରହିବେ । ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବ୍ୟବହାର କରାଯିବ । ଆଲୋଚନା କରିଛୁ, ଆଉ ଅଧିକ NDRF ଟିମ୍‌ ଆସି ପହଞ୍ଚିବେ । ଲୋକଙ୍କ ପାଖରେ ବିଭାଗୀୟ ଅଧିକାରୀ ପହଞ୍ଚିଲେଣି । ସବୁ ଡ୍ୟାମ୍‌ ଉପରେ ନଜର ରଖିଛି ଜଳ ସମ୍ପଦ ବିଭାଗ ।’

Get real time updates directly on you device, subscribe now.