ଏହିପରି ଭାବରେ ଅନଲାଇନ୍ ସପିଂ କରୁଥିଲେ ହେବେ ସାଇବର କ୍ରାଇମର ଶିକାର ! NPCI ଦେଲା ଚେତାବନୀ 

ନୂଆଦିଲ୍ଲୀ : ଆଜିକାଲି ପ୍ରତ୍ୟେକଟି ଜିନିଷ ଅନଲାଇନରେ ମିଳୁଛି । ଛୋଟରୁ ବଡ଼, ସମସ୍ତେ ବହୁଳ ମାତ୍ରାରେ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ସେହିପରି ସାଇବର କ୍ରାଇମର ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଜାରି ରହିଛି ପର୍ବପର୍ବାଣୀର ଋତୁ । ଏହି ସମୟରେ ଅନେକ ଲୋକ ଅନଲାଇନ୍ ଏବଂ ଅଫଲାଇନ୍ ସପିଂ କରିବାକୁ ପସନ୍ଦ କରନ୍ତି । ଆସନ୍ତା ସପ୍ତାହ ହେଉଛି Dhanteras ଏବଂ Diwali । ସେହିପରି ନଭେମ୍ବର ମାସ ପ୍ରଥମ ସପ୍ତାହରେ ପାଳନ କରାଯିବ ଛଟ୍ ପୂଜା । ଏଭଳି ପରିସ୍ଥିତିରେ ବଜାରରେ ଗୁଜବ ସୃଷ୍ଟି ହେବାକୁ ଯାଉଛି।

 

ହେଲେ ଆଜିକା ତାରିଖରେ ଅନଲାଇନ୍ ସପିଂର କ୍ରେଜ୍ ଅଧିକ ରହିଛି । ଆମାଜନ ଏବଂ ଫ୍ଲିପକାର୍ଟରେ ଚାଲିଛି ଦିପାବଳୀ ସ୍ପେଶାଲ୍ ଅଫର୍ ।

 

ଯେଉଁଥି ପାଇଁ ଅଧିକାଂଶ ଲୋକ ଡିଜିଟାଲ୍ ପେମେଣ୍ଟ କରିବା ପସନ୍ଦ କରନ୍ତି ହେଲେ ଡିଜିଟାଲ ପେମେଣ୍ଟ କରିବା ସମୟରେ ସତର୍କ ରୁହନ୍ତୁ ନଚେତ୍ ହୋଇପାରନ୍ତି ଠକାମିର ଶିକାର ।

 

ଡିଜିଟାଲ୍ ପେମେଣ୍ଟରେ ୟୁପିଆଇ ମାଧ୍ୟମରେ ଦେଶରେ ପରିବର୍ତ୍ତନ ଆଣିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( (National Payments Corporation of India) ଏହି ଉତ୍ସବ ସମୟରେ ଉପଭୋକ୍ତାମାନଙ୍କୁ ଡିଜିଟାଲ୍ ପେମେଣ୍ଟ ଠକେଇରୁ ଚେତାବନୀ ଦେଇଛି।

 

ଆକର୍ଷଣୀୟ ଅଫର ସହ ସାମଗ୍ରୀରେ ରିହାତି ହେତୁ ଲୋକମାନେ ପର୍ବପର୍ବାଣୀ ସମୟରେ ଅନେକ କିଣାକିଣି କରନ୍ତି । ତେବେ ଏହି ସମୟରେ ଅନେକ ଥର ଉପଭୋକ୍ତାମାନେ ପ୍ଲାଟଫର୍ମର ବୈଧତା ଯାଞ୍ଚକୁ ଅଣଦେଖା କରନ୍ତି । ଏପରି ବିକ୍ରେତା ଏବଂ ଯେଉଁମାନଙ୍କର ବ୍ୟବସାୟ ବିଶ୍ୱାସଯୋଗ୍ୟ ନୁହେଁ ସେମାନଙ୍କ ବିଷୟରେ ପର୍ଯ୍ୟାପ୍ତ ଅନୁସନ୍ଧାନ କରିବାକୁ NPCI ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି ।

 

NPCI ଅନୁଯାୟୀ, ଗ୍ରାହକମାନେ କ’ଣ ଅର୍ଡର କରୁଛନ୍ତି ସେ ପ୍ରତି ଧ୍ୟାନ ଦେବା ବା ମନେ ରଖିବା ଉଚିତ୍ । ଏପରି କରିବା ଦ୍ୱାରା Phishing Scamsର ଶିକାର ହେବା ପାଇଁ ପଡିପାରେ । ଏପରି ପରିସ୍ଥିତିରେ, ପେମେଣ୍ଟ କରିବା ପୂର୍ବରୁ ଲିଙ୍କକୁ ଦୁଇଥର ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ସେହିପରି ୟୁନିକ୍ ପାସୱାର୍ଡ ବ୍ୟବହାର କରିବା ପାଇଁ ମଧ୍ୟ କୁହାଯାଇଛି ।

 

NPCI ନାଗରିକ ଏବଂ ଉପଭୋକ୍ତାମାନଙ୍କୁ କ୍ରୟ କରିବା ପାଇଁ ଅନୁସନ୍ଧାନ କରୁଥିବାବେଳେ ଏହିପରି ପ୍ଲାଟଫର୍ମଗୁଡିକ ପ୍ରତି ସତର୍କ ରହିବାକୁ କହିଛି ଏବଂ ଯାହା ବିଷୟରେ ଆପଣ ଶୁଣି ନାହାଁନ୍ତି ବା ବେଶି ଜାଣି ନାହାଁନ୍ତି । ସପିଂ ମଲରେ ୱାଇ-ଫାଇ ଭଳି ଅସୁରକ୍ଷିତ ଜନସାଧାରଣ ନେଟୱାର୍କ ବ୍ୟବହାର ନକରିବାକୁ NPCI ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି ।

Get real time updates directly on you device, subscribe now.